Odisha Link
Bridging the Missing Links in Odisha

ଆଜି ଜାଗର, ୨୦ ପ୍ରକାର ଫୁଲରେ ସଜେଇ ହୋଇଛନ୍ତି ପ୍ରଭୁ ଲିଙ୍ଗରାଜ

ଭୁବନେଶ୍ବର: ଆଜି ପବିତ୍ର ମହା ଶିବରାତ୍ରି ବା ଜାଗର ଯାତ୍ରା। ଏଥିପାଇଁ ଚଳଚଞ୍ଚଳ ଏକାମ୍ର କ୍ଷେତ୍ର। ରାତି ୩ଟାରୁୁ ପ୍ରଭୁ ଲିଙ୍ଗରାଜଙ୍କ ନିତିକାନ୍ତି କାର୍ଯ୍ୟ ଆରମ୍ଭ ହୋଇଛି। ଚଳିତ ବର୍ଶ ଭଳି କି ଭଳି ଫୁଲରେ ସଜାଯାଉଛି ଶ୍ରୀଲିଙ୍ଗରାଜ ମନ୍ଦିରର ସିଂହଦ୍ୱାର ଓ ଭିତର ବେଢା। ଏଥିପାଇଁ ଆସିଛି ୧୫ ଲକ୍ଷରୁ ଅଧିକ ଟଙ୍କାର ୨୦ ପ୍ରକାରର ରଙ୍ଗବେରଙ୍ଗ ଫୁଲ। କେବଳ ଫୁଲ ନୁହେଁ, ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ସିଂହଦ୍ୱାର ସମ୍ମୁଖରୁ ୨୦୦ ମିଟର ଯାଏଁ ବ୍ୟାରିକେଡ୍‌ କରାଯାଇଛି। ଛାଇ ପାଇଁ ଅସ୍ଥାୟୀ ସେଡ୍‌ ବି ହୋଇଛି ନିର୍ମାଣା।

ନୀତି ନିର୍ଘଣ୍ଟ ଅନୁଯାୟୀ ରାତି ୧୦ଟାରେ ଉଠିବ ମହାପ୍ରଭୁଙ୍କ ମହାଦୀପ। ଏଥର ମନ୍ଦିର ବାହାରେ ମଧ୍ୟ ଶ୍ରଦ୍ଧାଳୁ ଦୀପ ଜାଳିପାରିବେ। ସୁରକ୍ଷା ଦୃଷ୍ଟିରୁ ୩୦ ପ୍ଲାଟୁନ୍ ଫୋର୍ସ ମୁତୟନ ସହ ଶ୍ରଦ୍ଧାଳୁଙ୍କ ପାଇଁ ୧୪ଟି ପାର୍କିଂ ପ୍ଲେସ କରାଯାଇଛି।

Comments are closed.