Odisha Link
Bridging the Missing Links in Odisha

ପ୍ରଜ୍ଞାନଙ୍କୁ ଝୁରିବ ପଡ଼ିଆ

ଭୁବନେଶ୍ବର: ଗତକାଲି କ୍ରିକେଟର ସବୁ ଫର୍ମାଟରୁ ଅବସର ନେଇଛନ୍ତି ପ୍ରଜ୍ଞାନ ଓଝା। ପ୍ରଜ୍ଞାନ ଓଝାଙ୍କ କ୍ରିକେଟ କ୍ୟାରିୟରକୁ ନେଇ ଟୁଇଟର ମାଧ୍ୟମରେ ତାଙ୍କୁ ଶୁଭେଚ୍ଚା ଓ ଭବିଷ୍ୟତ ଯୋଜନା ପାଇଁ ଶୁଭକାମନାର ସୁଅ ଛୁଟୁଛି। ହେଲେ ସବୁଠୁ ଅଧିକ ଚର୍ଚ୍ଚା ସାଉଣ୍ଟୁଛି ସଚିନ ତେନ୍ଦୁଲକରଙ୍କ ଟୁଇଟ। ନିଜ ବିଦାୟୀ ଟେଷ୍ଟ ମ୍ୟାଚକୁ ଅଧିକ ସ୍ମରଣୀୟ କରିବାରେ ପ୍ରଜ୍ଞାନଙ୍କ ଅବଦାନକୁ ପ୍ରଶଂସା କରିଛନ୍ତି ତେନ୍ଦୁଲକର।
୨୦୧୩ ନଭେମ୍ବର ୱାଙ୍ଖଡେରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ସଚିନ ଖେଳିଥିଲେ ନିଜ ଅନ୍ତିମ ଟେଷ୍ଟ ମ୍ୟାଚ । ଏହି ମ୍ୟାଚରେ ପ୍ରଜ୍ଞାନ ଓଝା ୧୦ ୱିକେଟ ନେବା ସହ ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ । ଭାରତ ବିଜୟୀ ବି ପାଇଥିଲା । ତେନ୍ଦୁଲକର ଏ ବିଷୟରେ ଉଲ୍ଲେଖ କରି କହିଛନ୍ତି, ମୋ ଶେଷ ଟେଷ୍ଟକୁ ତୁମେ ସ୍ୱତନ୍ତ୍ର କରିଦେଇଥିଲ, ଏବେ ଦ୍ୱିତୀୟ ପାଳି କ୍ଲବକୁ ସ୍ୱାଗତ। ସଂଯୋଗ ବଶତଃ ତେନ୍ଦୁଲକରଙ୍କ ଶେଷ ଟେଷ୍ଟ ମ୍ୟାଚ ପ୍ରଜ୍ଞାନ ଓଝାଙ୍କର ମଧ୍ୟ ଶେଷ ମ୍ୟାଚ ଥିଲା।
ପ୍ରଜ୍ଞାନ ନିଜ କ୍ୟାରିୟରରେ ୨୪ଟି ଟେଷ୍ଟ ଖେଳି ୧୧୩ଟି ୱିକେଟ ଦଖଲ କରିଛନ୍ତି । ଦିନିକିଆରେ ୧୮ ମ୍ୟାଚ ଖେଳି ୨୧ଟି ୱିକେଟ ପାଇଥିଲେ ମଧ୍ୟ ତାଙ୍କୁ ଜଣେ ସ୍ପେଶାଲିଷ୍ଟ ଟେଷ୍ଟ ସ୍ପିନର ଭାବେ ଗଣାଯାଏ ।

Comments are closed.