Odisha Link
Bridging the Missing Links in Odisha

ଚର୍ଚ୍ଚାରେ ଟ୍ରମ୍ପଙ୍କ ବାହୁବଲୀ ଅବତାର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ ଗସ୍ତରେ ଆସିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍। ଟ୍ରମ୍ପ୍‌ଙ୍କୁ ସ୍ୱାଗତ କରିବାକୁ ପ୍ରସ୍ତୁତ ହେଲାଣି ଭାରତ। ଡୋନାଲ୍ଡ ଟ୍ରମ୍ପଙ୍କ ସହ ପତ୍ନୀ ମିଲେନିୟା ଟ୍ରମ୍ପ୍ , ଝିଅ ଇବାଙ୍କା ଟ୍ରମ୍ପ ଏବଂ ଜୁଆଇଁ ଜାରେଡ୍ କୁଶନେର୍ ମଧ୍ୟ ଭାରତ ଆସିବେ। ଟ୍ରମ୍ପ ପରିବାର ସହ ୨ ଭାରତୀୟ ଅଧିକାରୀ ମଧ୍ୟ ଆସିବେ। ଏହି ଖାସ୍ ସମୟକୁ ସ୍ମରଣୀୟ କରିବା ପାଇଁ ଭାରତ ପକ୍ଷରୁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ ହୋଇଛି।

ଆମେରିକା ରାଷ୍ଟ୍ରପତି ମଧ୍ୟ ଏହି ଯାତ୍ରାକୁ ନେଇ ଖୁବ୍ ଉତ୍ସାହିତ ଅଛନ୍ତି। ଟ୍ୱିଟରରେ ଗୋଟିଏ ଭିଡିଓକୁୁ ରିଟ୍ୱିଟ୍ କରି ସେ ଲେଖିଛନ୍ତି , ଭାରତର ବନ୍ଧୁୁମାନଙ୍କ ସହ ସାକ୍ଷାତ କରିବା ପାଇଁ ମୁଁ ଖୁବ୍ ଉତ୍ସାହିତ। ଆପଣଙ୍କୁ କହିରଖୁଛୁ ଟ୍ରମ୍ପଙ୍କୁ ଏହି ଭିଡିଓରେ ବାହୁବଲୀ ଭଳି ଦେଖାଯାଇଛି । ୧ ମିନିଟ୍ ୨୧ ସେକେଣ୍ଡର ଏହି ଭିଡିଓରେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ରଣକ୍ଷେତ୍ରରେ ଖଡଗ ଚାଳନ କରୁଥିବାର ଦେଖାଯାଉଛି। ଭିଡିଓରେ ପତ୍ନୀ ମେଲେନିୟା ଟ୍ରମ୍ପ , ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଟ୍ରମ୍ପ ପରିବାରକୁ ଦେଖାଯାଇଛି।

ଭିଡିଓରେ ଡୋନାଲ୍ଡ ଟ୍ରମ୍ପଙ୍କୁ ବାହୁବଲୀ ଡ୍ରେସରେ ଦେଖାଯାଉଥିବା ବେଳେ ମୈଦାନରେ ଶତ୍ରୁଙ୍କ ସହ ଲଢେଇ କରୁଥିବାର ଦେଖାଯାଉଛି। ବ୍ୟାକଗ୍ରାଉଣ୍ଡରେ ବାହୁବଲୀ ସିନେମାର ସୁପରହିଟ୍ ଗୀତ “ଜିଓରେ ବାହୁବଲୀ” ଗୀତ ବାଜୁଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ @solmenes1 ଭିଡିଓକୁ ରିଟ୍ୱିଟ୍ କରିଛନ୍ତି।

Comments are closed.