Odisha Link
Bridging the Missing Links in Odisha

ନବରଙ୍ଗପୁର ଆର୍‌ଟିଓଙ୍କ ନାଁରେ ମାମଲା

ନବରଙ୍ଗପୁର: ନବରଙ୍ଗପୁର ଆର୍‌ଟିଓ ଅଫିସର ଗଣେଶ୍ବର କହଁରଙ୍କ ନାଁ ରେ ଥାନାରେ ମାମଲା। ଆର୍‌ଟିଓ ଗଣେଶ୍ବର କହଁରଙ୍କ ନାଁ ରେ ମାମଲା ରୁଜୁ କରିଛି ନବରଙ୍ଗପୁର ଥାନା ପୋଲିସ। ଅସ୍ଥାୟୀ କର୍ମଚାରୀଙ୍କ ଠାରୁ ଲାଞ୍ଚ ନେବା ଅଭିଯୋଗରେ ମାମଲା ରୁଜୁ କରାଯାଇଛି। ଆର୍‌ଟିଓ ଅଫିସରେ ସ୍ଥାୟୀ ଚାକିରି ଲୋଭ ଦେଖାଇ ଟଙ୍କା ନେଇଥିବା ଅଭିଯୋଗ ହୋଇଛି। ଗଣେଶ୍ବର କହଁରଙ୍କ ନାଁ ରେ ଦଫା ୪୨୦, ୫୦୬ ଓ ପିସି ଆକ୍ଟ ୭(ଏ) ଲାଗିଛି। ପୂର୍ବରୁ ଆର୍‌ଟିଓ ଲାଞ୍ଚ ଟଙ୍କା ଫେରସ୍ତ କରିବାକୁ କହୁଥିବା ନେଇ ଭିଡିଓ ଭାଇରାଲ ହୋଇଥିଲା।