Odisha Link
Bridging the Missing Links in Odisha

ପେରୁ ପାରା-ବ୍ୟାଡମିଣ୍ଟନ୍: ଚମକିଲେ ଓଡ଼ିଆ ପୁଅ ପ୍ରମୋଦ, ଜିତିଲେ ଡବଲ୍ ସ୍ୱର୍ଣ୍ଣ

ଭୁବନେଶ୍ବର: ପୁଣି ଥରେ ଚମକିଲେ ଓଡ଼ିଆ ପୁଅ ପ୍ରମୋଦ ଭଗତ। ବ୍ରାଜିଲ୍ ପରେ ପେରୁ ପାରା-ବ୍ୟାଡମିଣ୍ଟନ୍ ଇଣ୍ଟରନ୍ୟାଶନାଲ୍ ଟୁର୍ଣ୍ଣାମେଣ୍ଟରେ ମଧ୍ୟ ପ୍ରମୋଦ ଡବଲ୍ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ପ୍ରମୋଦ ଉଭୟ ସିଙ୍ଗଲ୍ସ ଓ ଡବଲ୍ସ ବିଭାଗରେ ଏହି ସଫଳତା ଆଣିଛନ୍ତି।

ପୁରୁଷ ସିଙ୍ଗଲ୍ସର ଫାଇନାଲ୍ ମୁକାବିଲାରେ ପ୍ରମୋଦ ନିଜ ଦେଶର ନିତେଶ କୁମାରଙ୍କୁ ୨୧-୧୮, ୧୫-୨୧, ୨୧-୧୪ ଗେମରେ ପରାସ୍ତ କରିଛନ୍ତି। ସେହିପରି ମନୋଜ ସରକାରଙ୍କୁ ସାଥୀ କରି ପ୍ରମୋଦ ପୁରୁଷ ଡବଲ୍ସ ଟାଇଟଲ୍ ମୁକାବିଲାରେ ଫ୍ରାନ୍ସ ଯୋଡ଼ି ଗୁଇଲମ୍ ଗାଲୀ ଓ ମାଥ୍ୟୁ ଥୋମାସଙ୍କୁ ସିଧାସଳଖ ୨୧-୧୯, ୨୧-୯ ଗେମରେ ହରାଇ ସ୍ୱର୍ଣ୍ଣ ପଦକ କବଜା କରିଛନ୍ତି।

ଏହା ପୂର୍ବରୁ ଚଳିତମାସରେ ବ୍ରାଜିଲ୍ ପାରା ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟରେ ମଧ୍ୟ ପ୍ରମୋଦ ଉଭୟ ସିଙ୍ଗଲ୍ସ ଓ ଡବଲ୍ସରେ ଶୀର୍ଷ ସ୍ଥାନ ଅକ୍ତିଆର କରିଥିଲେ। ପ୍ରମୋଦଙ୍କ ଏହି ସଫଳତା ପାଇଁ ତାଙ୍କୁ ଚାରିଆଡ଼ୁ ଅଭିନନ୍ଦନ ଜ୍ଞାପନ କରାଯାଉଛି।

Comments are closed.