Odisha Link
Bridging the Missing Links in Odisha

ଏ ମହିଳା ଜଣକ କିଏ?, ଯିଏ ଟ୍ରମ୍ପ ଓ ମୋଦିଙ୍କ ସହ ରେଡ କାର୍ପେଟରେ ଚାଲିଲେ

ନୂଆଦିଲ୍ଲୀ: ଆଜି ଦିନ ସାରା ଆମେରିକା ରାଷ୍ଟ୍ରପତି ଡ୍ରୋନାଲ୍ଡ ଟ୍ରମ୍ପଙ୍କ ଭାରତ ଗସ୍ତକୁ ନେଇ ଖୁବ ଚର୍ଚ୍ଚା ହୋଇଥିଲା। ବିଶ୍ବର ଶକ୍ତିଶାଳୀ ନେତାଙ୍କ ବିମାନ ଅବତରଣଠୁ ନେଇ ତାଜମହଲ ପରିିଦର୍ଶନ ପର୍ଯ୍ୟନ୍ତ ଚର୍ଚ୍ଚାରେ ରହିଥିଲା। ନମସ୍ତେ ଟ୍ରମ୍ପ୍‌ କାର୍ଯ୍ୟକ୍ରମକୁ ନେଇ ମଧ୍ୟ ଗଣମାଧ୍ୟମରେ ବେଶ୍‌ ଚର୍ଚ୍ଚା ହେଉଥିଲା। ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ସାଥିରେ ପତ୍ନୀ ମଲୋନିଆ ବିମାନରୁ ଏକାସଙ୍ଗେ ବାହାରିଥିଲେ। ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଭୟଙ୍କୁ ସ୍ବାଗତ କରିଥିଲେ। ହେଲେ ସ୍ବାଗତ ପରେ ରେଡ୍ କାର୍ପେଟରେ ଟ୍ରମ୍ପ ଦମ୍ପତି ଏବଂ ମୋଦିଙ୍କ ସମେତ ନଜର ଆସିଥିଲେ ଆଉ ଜଣେ ମହିଳା। ଯାହାଙ୍କୁ ନେଇ ଏବେ ଚାଲିଛି ଜୋରଦାର ଚର୍ଚ୍ଚା।

ଗଣମାଧ୍ୟମରେ ଚର୍ଚ୍ଚିତ ମହିଳା ଜଣକ ହେଲେ ଗୁରଦୀପ କୌର ଚାୱଲା। ଗୁରଦୀପ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ଅନୁବାଦକ ଭାବେ କାମ କରନ୍ତି। ଆଉ ଏବେ ସେ ଆମେରିକାନ୍ ଟ୍ରାନ୍ସଲେଟର ଆସୋସିଏସନର ମେମ୍ବର ମଧ୍ୟ ଅଛନ୍ତି। ଯେତେବେଳେ ମୋଦି ବିଦେଶ ଗସ୍ତ କରିଥାନ୍ତି, ଆଉ ହିନ୍ଦୀରେ ନିଜ ଅଭିଭାଷଣ ରଖନ୍ତି, ସେତେବେଳେ ମୋଦିଙ୍କ ଭାଷଣର ଇଂରାଜୀ ଅନୁବାଦ କରିଥାନ୍ତି ଗୁରଦୀପ। କେବଳ ଏତିକି ନୁହେଁ ବିଦେଶରୁ କୌଣସି ନେତା ଭାରତକୁ ଆସିଲେ, ସେତେବେଳେ ମଧ୍ୟ ନଜର ଆସିଥାନ୍ତି ଗୁରଦୀପ।

୧୯୯୦ରେ ଭାରତୀୟ ସଂସଦରେ ନିିଜର ଏହି କ୍ୟାରିୟର ଆରମ୍ଭ କରିଥିଲେ ଗୁରଦୀପ । କିନ୍ତୁ କିଛି ଦିନ ପରେ ନିଜ ସ୍ୱାମୀଙ୍କ ସହ ସେ ଆମେରିକା ସିିଫ୍ଟ ହୋଇଯାଇଥିଲେ । ୨୦୧୦ରେ ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କ ଅନୁବାଦକ ଭାବେ ତାଙ୍କ ସହ ଭାରତ ଆସିଥିଲେ ଗୁରଦୀପ । ସେହିପରି ୨୦୧୪ରେ ଆମେରିକାରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଓବାମାଙ୍କ ଭେଟ ସମୟରେ ମଧ୍ୟ ଅନୁବାଦକ ଭାବେ ସେ କାର୍ଯ୍ୟ କରିଥିଲେ । ଗୁରଦୀପ କୌରଙ୍କୁ ସବୁ ଭାଷାର ଜ୍ଞାନ ରହିଛି । ଆଉ ଏହି କାରଣରୁ ସାରା ବିଶ୍ୱରେ ତାଙ୍କୁ ଜଣେ ଭଲ ଅନୁବାଦକ ଭାବେ ମଧ୍ୟ ଜଣାଯାଇଥାଏ ।

Comments are closed.