Odisha Link
Bridging the Missing Links in Odisha

ଆଗ୍ରାରେ ଟ୍ରମ୍ପ୍‌

ଆଗ୍ରା: ଅହମଦାବାଦରୁ ଯାଇ ଆଗ୍ରାରେ ପହଞ୍ଚିଲେ ଡୋନାଲ୍‌ ଟ୍ରମ୍ପ୍‌। ସପରିବାର ସହ ଆଗ୍ରାର ତାଜମହଲ ପରିଦର୍ଶନ କରିବେ ଟ୍ରମ୍ପ୍‌। ଇଷ୍ଟ୍‌ ଗେଟ୍‌ ଦେଇ ସପରିବାର ସହ ତାଜମହଲ ପରିସରରେ ପହଞ୍ଚିଛନ୍ତି ଡୋନାଲ୍‌ ଟ୍ରମ୍ପ୍‌। ତାଜମହଲ ପରିସର ବୁଲି ଫଟୋ ପୋଜ ଦେଇଛନ୍ତି ଡୋନାଲ୍‌ ଟ୍ରମ୍ପ୍‌। ଡୋନାଲ୍‌ ଟ୍ରମ୍ପ୍‌ ଏବଂ ମେଲାନିଆ ଟ୍ରମ୍ପ୍‌ ୧ ଘଣ୍ଟା ଧରି ପ୍ରସିଦ୍ଧ ମୋଗଲ ଭାସ୍କର୍ଯ୍ୟ ତଥା ମମତାଜ, ସାହାଜାନଙ୍କ ପ୍ରେମର ପ୍ରତୀକ ତାଜମହଲ ପରିଦର୍ଶନ କରିବେ।

ଆଗ୍ରାରେ ପହଞ୍ଚିବା ପରେ ଟ୍ରମ୍ପଙ୍କୁ ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରମୁଖ ସ୍ୱାଗତ ଜଣାଇଥିଲେ। ଟ୍ରମ୍ପ୍‌ଙ୍କ ଆଗ୍ରା ଗସ୍ତ ପାଇଁ କେନ୍ଦ୍ର ସରକାର ଓ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବିଶେଷକରି ତାଜମହଲ ଆଖପାଖରେ ପ୍ରବଳ ମାଙ୍କଡ଼ ଥିବାରୁ ସେମାନେ ଯେପରି ସମସ୍ୟାସୃଷ୍ଟି ନ ହୁଏ ସେଥି ପ୍ରତି ଦୃଷ୍ଟି ରଖିଯାଇଛି।

ସୂଚନାଯୋଗ୍ୟ, ୨ ଦିନିଆ ଭାରତ ଗସ୍ତରେ ଆସିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅହମଦାବାଦ ବିମାନବନ୍ଦରରେ ପହଞ୍ଚିଥିଲେ। ପରେ ମୋଟେରା ସାବରମତୀ ଆଶ୍ରମ ପରିଦର୍ଶନ କରି ଅହମଦାବାଦସ୍ଥିତ ମୋଟେରା ଷ୍ଟାଡିୟମ୍‌ରେ ଆୟୋଜିତ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ଯୋଜ ନେଇଥିଲେ। ତାଜମହଲ ପରିଦର୍ଶନ କରି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପରିବାର ଦିଲ୍ଲୀ ଗସ୍ତ କରିବେ। ଟ୍ରମ୍ପ୍‌ଙ୍କ ସହ ପତ୍ନୀ ମେଲାନିଆ, କନ୍ୟା ଇଭାଙ୍କା ଏବଂ ଜ୍ୱାଇଁ ଜାର୍ଡ କୁସ୍‌ନର୍‌ ଓ ଯୁକ୍ତରାଷ୍ଟ୍ର ଆମେରିକା କ୍ୟାବିନେଟର୍‌ କେତେକ ବରିଷ୍ଠ ସଦସ୍ୟ ମଧ୍ୟ ଆସିଛନ୍ତି। ଆମେରିକା ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

Comments are closed.