Odisha Link
Bridging the Missing Links in Odisha

ଦିଲ୍ଲୀ ହିଂସା: ଗୁଇନ୍ଦା ଅଧିକାରୀଙ୍କ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ: ‘ସିଏଏ’ ବିରୋଧୀ ଏବଂ ସମର୍ଥକଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଉଗ୍ର ରୂପ ଧାରଣ କରିବା ବେଳେ ଚାନ୍ଦବାଗ ଅଞ୍ଚଳରେ ଜଣେ ଅଣ୍ଡର ଟ୍ରେନିଂ ଗୁଇନ୍ଦା ଅଫିସରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହି ଅଫିସର ଜଣଙ୍କ ହେଉଛନ୍ତି ଅଙ୍କିତ ଶର୍ମା ନାମକ। ୨୬ ବର୍ଷିୟ ଅଙ୍କିତ ଇଣ୍ଟଲିଜେନ୍ସ ବ୍ୟୁରୋ(ଆଇବି)ରେ ଟ୍ରେନିଂ ନେଉଥିଲେ। ଚାନ୍ଦବାଗର ଏକ ଡ୍ରେନ୍‌ ମଧ୍ୟରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ସମ୍ଭବତଃ ଏହି ହିଂସାରେ ହିଁ ଅଙ୍କିତଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ଅଫିସର ଜଣଙ୍କ ଆଇବିରେ ୨୦୧୭ରେ ଯୋଗଦେଇଥିଲେ। ଏବେ ତାଙ୍କୁ ଡ୍ରାଇଭର ଭାବେ ଟ୍ରେନିଂ ଦିଆଯାଉଥିଲା।

ସିଏଏ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ଚାନ୍ଦବାଗରେ ସୋମବାରଠାରୁ ସଂଘର୍ଷ ସୃଷ୍ଟି ହୋଇଛି। ଏହି ହିଂସାକାଣ୍ଡରେ ଜଣେ ପୁଲିସ କନେଷ୍ଟବଳଙ୍କ ସମେତ ୨୦ଜଣଙ୍କର ମୃତ୍ୟୁ ଘଟିଛି। ୨୦୦ରୁ ଅଧିକ ଲୋକ ଏଥିରେ ଆହତ ହୋଇଛନ୍ତି। ପୂର୍ବ ଦିଲ୍ଲୀର ହିଂସାପ୍ରବଣ ତଥା ହିଂସା ପ୍ରପୀଡ଼ିତ ଅଞ୍ଚଳରେ ଗତକାଲି ଠାରୁ କର୍ଫ୍ୟୁ ଜାରି କରାଯାଇଛି। କିନ୍ତୁ, ପୁଲିସ ହିଂସାକାଣ୍ଡ ନିୟନ୍ତ୍ରଣ କରିବାରେ ଅସମର୍ଥ ହେଉଥିବାରୁ ସେନାବାହିନୀ ଡାକିବାକୁ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ୍‌ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଅନୁରୋଧ କରିଛନ୍ତି।

Comments are closed.