Odisha Link
Bridging the Missing Links in Odisha

ଅଧାରୁ ପାଠ ଛାଡ଼ୁଛନ୍ତି ଛାତ୍ରଛାତ୍ରୀ, କେଉଁ ଜିଲ୍ଲା ଆଗରେ ଜାଣନ୍ତୁ

ଭୁବନେଶ୍ୱର: ରାଜ୍ୟ ସରକାର ରାଜ୍ୟର ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଲାଗି ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥିପାଇଁ ସ୍କୁଲରେ ବାନ୍ଧି ହୋଇ ରହିବା ପାଇଁ କୋମଳମତି ଶିଶୁମାନଙ୍କୁ ମଧ୍ୟାହ୍ନ ଭୋଜନଠାରୁ ଆରମ୍ଭ କରି ମାଗଣା ପାଠ୍ୟ ପୁସ୍ତକ ବଣ୍ଟନ କରୁଛନ୍ତି ରାଜ୍ୟ ସରକାର। ଏହା ସତ୍ତ୍ୱେ ଛାତ୍ରଛାତ୍ରୀମାନେ ଅଧାରୁ ପାଠପଢ଼ା ଛାଡୁଛନ୍ତି।

ରାୟଗଡ଼ାରେ ସର୍ବାଧିକ ପିଲା ପାଠ ଛାଡ଼ୁଥିବା ଆଜି ବିଧାନସଭାରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କହିଛନ୍ତି। ସେ କହିଛନ୍ତି, “ପ୍ରାଥମିକ ଶିକ୍ଷା ସ୍ତରରେ ରାୟଗଡ଼ାରେ ସର୍ବାଧିକ ୧୧.୬୭ପ୍ରତିଶତ ପିଲା ଅଧାରୁ ପାଠ ଛାଡ଼ୁଛନ୍ତି। କେନ୍ଦ୍ରାପଡ଼ାରେ ଏହି ହାର ୮.୯୩ ପ୍ରତିଶତ ଥିବା ବେଳେ କଳାହାଣ୍ଡିରେ ୮.୪୬% ରହିଛି।”

ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଉଚ୍ଚ ପ୍ରାଥମିକରେ ରାୟଗଡ଼ାରେ ସର୍ବାଧିକ ୧୭.୧୦ପ୍ରତିଶତ ପିଲା ଅଧାରୁ ପାଠ ଛାଡ଼ୁ ଥିବା ବେଳେ ମାଲକାନଗିରିରେ ୧୩.୭୮ ଓ ଯାଜପୁରରେ ୧୨.୬୩ ପ୍ରତିଶତ ପିଲା ପାଠ ଛାଡ଼ୁଛନ୍ତି। ସେହିପରି ମାଧ୍ୟମିକ ସ୍ତରରେ ପୁରୀରେ ସର୍ବାଧିକ ୧୦.୫ ପ୍ରତିଶତ ପିଲା ଅଧାରୁ ପାଠ ଛାଡୁଥିବା ବେଳେ ବାଲେଶ୍ୱରରେ ୮.୭୩ ଓ ସମ୍ବଲପୁରରେ ୮.୧୬ ପ୍ରତିଶତ ପିଲା ପାଠ ଛାଡୁଛନ୍ତି।

Comments are closed.