Odisha Link
Bridging the Missing Links in Odisha

ପୋଖରୀରେ ବୁଡି ଚାଲିଗଲା ଶିଶୁର ଜୀବନ

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ମାର୍କୋଣା ପଞ୍ଚାୟତ କୁଣିଆରୀ ଗ୍ରାମରେ ପୋଖରୀରେ ବୁଡି ଏକ ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ଖବର ମିଳିଛି। କୁଣିଆରୀ ଗ୍ରାମର ଗଣପତି ରାଉଳଙ୍କ ୧ ବର୍ଷ ୨ମାସର ପୁଅ ତପନ ଆଜି ସକାଳ ୮ଟା ସମୟରେ ନିଜ ଘର ଅଗଣାରେ ଖେଳୁଥିଲା। ମାତ୍ର କିଛି ସମୟ ପରେ ପିଲାଟିକୁ ପରିବାର ଲୋକେ ନପାଇବାରୁ ବହୁ ଖୋଜାଖୋଜି କରିଥିଲେ ଶେଷରେ ତପନକୁ ଘର ନିକଟରେ ଥିବା ରାଉଳସାହି ପୋଖରୀରୁ ଭାସୁଥିବା ଅବସ୍ଥାରେ ଉଦ୍ଧାର କରି ସିମୁଳିଆ ଡାକ୍ତରଖାନାକୁ ଆଣିଥିଲେ। ସେଠାରେ କାର୍ୟ୍ୟରତ ଡାକ୍ତର ମୃତ ଘୋଷଣା କରିଛନ୍ତି। ସକାଳେ ଖେଳୁଥିବା ଶିଶୁପୁତ୍ରର ମୃତ୍ୟୁକୁ ବିଶ୍ବାସ କରିପାରୁନାହାନ୍ତି ପରିବାର ଲୋକ। କାନ୍ଦବୋବାଳିରେ ଫାଟି ପଡୁଛି ସିମୁଳିଆ ଡାକ୍ତରଖାନା ପରିସର।

Comments are closed.