Odisha Link
Bridging the Missing Links in Odisha

ପୁଣି ଦାଦନ ଯନ୍ତ୍ରଣା ; ତେଲେଙ୍ଗାନାରେ ଫସିଛନ୍ତି ୩୫ଶ୍ରମିକ

ଭୁବନେଶ୍ବର: ତେଲେଙ୍ଗନାରେ ଫସିରହିଛନ୍ତି ଦାଦନ ଶ୍ରମିକ। ନିର୍ଯାତନା ଦିଆଯାଉଥିବା ଅଭିଯୋଗ। ଖାଇବାକୁ ଦେଉନଥିବା ବେଳେ ଘରକୁ ଯିବାକୁ କହିଲେ ମିଳୁଛି ମାଡ। ଭିଡିଓ ଜାରି କରି ଉଦ୍ଧାର ପାଇଁ ନିବେଦନ କରିଛନ୍ତି ଫସିରହିଥିବା ୩୫ ଶ୍ରମିକ।

ମିଳିଥିବା ସୂଚନା ଅନୁସାାରେ, ବରଗଡ ଜିଲ୍ଲା ପାଇକମାଲ ବ୍ଲକ୍ ଯୋଗରନ୍ଦ୍ରନାଥପୁର ଗ୍ରାମର ୩୫ ଜଣ ଶ୍ରମିକ କାମ କରିବାକୁ ଗତ ବର୍ଷ ଡିସେମ୍ବର ମାସରେ ତେଲେଙ୍ଗାନା ଯାଉଥିଲେ। ତେଲେଙ୍ଗାନା ପାଇଦାପାଳି ଜିଲ୍ଲା ପାଣ୍ଡୁଲ୍ଲାପଲ୍ଲୀ ଗ୍ରାମରେ କିଛି ଦିନ କାମ କରିବା ପରେ ଆରମ୍ଭ ହୋଇଥିଲା ଠିକାଦାରଙ୍କ ଜୁଲମ। ଭଲରେ ଖାଇବାକୁ ଦେଉନଥିବା ବେଳେ ଘରକୁ ଯିବାକୁ କହିଲେ ମାଡ ମାରୁଛନ୍ତି। ଶ୍ରମିକଙ୍କ ୧୧ଜଣ ଜଣ ଶିଶୁ ଅଛନ୍ତି। ପରିବାର ତଥା ଗାଁ ଲୋକ ସହ ଯୋଗାଯୋଗ କରିବାକୁ ଚେଷ୍ଟା କଲେ ମାଲିକ ମାଡ ମାରୁଥିବା ଅଭିଯୋଗ କରିଛନ୍ତି। ତେଣୁ ଏହି ଦାଦନ ଶ୍ରମିକ ନିଛାଟିଆ ସ୍ଥାନରେ ଭିଡିଓ କରି ପଠାଇଛନ୍ତି। ଓଡ଼ିଶା ସରକାରଙ୍କୁ ସେମାନଙ୍କ ଦୁର୍ଦ୍ଦଶା ସମ୍ପର୍କରେ ଜଣାଇ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଗୁହାରି କରିଛନ୍ତି।

Comments are closed.