Odisha Link
Bridging the Missing Links in Odisha

ବାଲାକୋଟ୍ ଏୟାରଷ୍ଟ୍ରାଇକକୁ ବର୍ଷେ ପୂରିଲା

ନୂଆଦିଲ୍ଲୀ : ବାଲାକୋଟ୍ ଏୟାରଷ୍ଟ୍ରାଇକକୁ ବର୍ଷେ ପୂରିଲା। ପୁଲୱାମା ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଭାରତୀୟ ବାୟୁସେନା ପିଓକେର ବାଲାକୋଟରେ ଏୟାରଷ୍ଟ୍ରାଇକ କରିଥିଲା। ୨୦୧୯ ଫେବୃୟାର ୨୬ ତାରିଖ ବିଳମ୍ବିତ ରାତିରେ ଏହି ଏୟାରଷ୍ଟ୍ରାଇକ ହୋଇଥିଲା। ଆଜି ଏହି ଏୟାରଷ୍ଟ୍ରାଇକକୁ ବର୍ଷେ ପୂରିଛି। ଶତ୍ରୁ ମାଟିରେ ପ୍ରବେଶ କରି ଆତଙ୍କବାଦୀ ଶିବିରକୁ ଧ୍ବଂସ କରି ଭାରତୀୟ ବାୟୁସେନା ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡିଥିଲା। ପାକିସ୍ତାନ ସୀମାରେ ପଶି ଭାରତୀୟ ବାୟୁସେନା କରିଥିବା ବାଲାକୋଟ ଏୟାର ଷ୍ଟ୍ରାଇକ୍ ଅପରେସନର ଅବଧି ଥିଲା ମାତ୍ର ୯୦ ସେକେଣ୍ଡ। ମାତ୍ର ୯୦ ସେକେଣ୍ଡ ମଧ୍ୟରେ ବାଲାକୋଟ ସ୍ଥିତ ଜୈସ୍-ଇ-ମହମ୍ମଦର ଟ୍ରେନିଂ କ୍ୟାମ୍ପ ଉପରେ ମିରାଜ ୨୦୦୦ ଲଢ଼ୁଆ ବିମାନର ପାଇଲଟମାନେ ଲେଜର ଗାଇଡେଡ୍ ସ୍ପାଇସ୍ ବୋମା ନିକ୍ଷେପ କରି ମିଶନ ପୂରା କରିବା ସହ ନିଜ ଦେଶ ମଧ୍ୟକୁ ନିରାପଦରେ ପ୍ରତ୍ୟାବର୍ତ୍ତନ କରି ଆସିଥିଲେ।

୨୬ ଫେବୃଆରୀର ବିଳମ୍ବିତ ରାତ୍ରିରେ ଦେଶର ଆଭ୍ୟନ୍ତରରେ ଥିବା ବାୟୁସେନାର ଭିନ୍ନ ଭିନ୍ନ ଏକାଧିକ ଏୟାର ବେସରୁ ୧୨ଟି ମିରାଜ୍ ୨୦୦୦ ବିମାନ ଶ୍ରୀନଗର ଅଭିମୁଖେ ଉଡ଼ାଣ ଭରିଥିଲେ। ଲମ୍ବା ଉଡ଼ାଣ ଭରି ମିରାଜ୍ ୨୦୦୦ ସବୁ ଯାଇ ପହଞ୍ଚିଥିଲା ଶ୍ରୀନଗରରେ। ଶ୍ରୀନଗରରେ ପହଞ୍ଚିବା ପରେ ସମସ୍ତ ବିମାନର ରେଡିଓ ସିଗନାଲ କନେକ୍ଟିଭିଟିକୁ ବନ୍ଦ କରି ଦିଆ ଯାଇଥିଲା। ପରେ ସମସ୍ତ ମିରାଜ୍ ୨୦୦୦ ବିମାନ ଏକକାଳୀନ ଭାବେ ସୀମା ଅତିକ୍ରମ କରି ପାକିସ୍ତାନର ଖାଇବର୍ ପୋଖତନଓ୍ଵା ପ୍ରୋଭିନ୍ସର ବାଲାକୋଟ୍ ସହର ଅଭିମୁଖେ ଅଗ୍ରସର ହୋଇଥିଲା।ଏହି ଅପରେସନର ସାଙ୍କେତିକ ଶବ୍ଦ ରଖା ଯାଇଥିଲା ‘ବନ୍ଦର’। ଠିକ୍ ୩ଟା ୩୦ ମିନିଟରେ ବାଲକୋଟ ସ୍ଥିତ ଜୈସ୍-ଇ- ମହମ୍ମଦର ଟ୍ରେନିଂ କ୍ୟାମ୍ପ ଉପରେ ବାୟୁସେନାର ସ୍କାର୍ଡନ୍ ନମ୍ବର ୭ ଓ ସ୍କାର୍ଡନ୍ ନମ୍ବର ୯ର ଦୁଇଟି ମିରାଜ ୨୦୦୦ ଲଢ଼ୁଆ ବିମାନର ପାଇଲଟମାନେ ଲେଜର ଗାଇଡେଡ୍ ସ୍ପାଇସ୍ ବୋମା ନିକ୍ଷେପ କରି ଜୈସ୍ କ୍ୟାମ୍ପକୁ ଧ୍ୱଂସ କରିବା ସହ ମିଶନ ପୂରା କରି ନିଜ ଦେଶର ସୀମା ମଧ୍ୟକୁ ନିରାପଦରେ ପ୍ରତ୍ୟାବର୍ତ୍ତନ କରି ଆସିଥିଲେ। ଆଉ ଏହି ଅପରେସନକୁ ପୂରା କରିବାକୁ ଭାରତୀୟ ବାୟୁସେନାକୁ ଲାଗିଥିଲା ମାତ୍ର ୯୦ ସେକେଣ୍ଡ।

୨୦୧୯ ଫେବୃଆରୀ ୧୪ରେ ପୁଲୱାମା ବିସ୍ଫୋରଣରେ ଭାରତ ହରାଇଥିଲା ତାର ୪୦ ବୀରପୁତ୍ରଙ୍କୁ। ଏହି ବିସ୍ଫୋରଣର ଉଚିତ ଜବାବ୍ ଦେବା ପାଇଁ ଭାରତୀୟ ବାୟୁସେନା ବାଲାକୋଟ ଏୟାରଷ୍ଟ୍ରାଇକର ପରିକଳ୍ପନା କରିଥିଲା। ଭାରତର ୪୦ ବୀରପୁତ୍ରଙ୍କ ବଦଳରେ ନେଇଥିଲା ୩୦୦ ଆତଙ୍କୀଙ୍କ ମୁଣ୍ଡ ନେଇଥିଲା। ୧୪ ଫେବୃଆରୀରେ ପୁଲଓ୍ୱାମା ଆକ୍ରମଣର ପ୍ରତିଶୋଧ ୨୬ ଫେବୃଆରୀରେ ନେଇଥିଲା ଭାରତ।

Comments are closed.