Odisha Link
Bridging the Missing Links in Odisha

ଦିଲ୍ଲୀ ହିଂସାକୁ ନେଇ ଆତଙ୍କିତ ହେବାର ନାହିଁ : ଅଜିତ ଡୋଭାଲ

ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନ ବିରୋଧରେ ଆରମ୍ଭ ହୋଇଥିବା ହିଂସାକାଣ୍ଡ ଉଗ୍ର ରୂପ ନେଉଛି। ହିଂସାକାଣ୍ଡରେ ମୃତ୍ୟୁ ସଂଖ୍ୟା ୨୩କୁ ବୃଦ୍ଧି ପାଇଛି ଏବଂ ଶତାଧିକ ଲୋକ ଆହତ ହୋଇଛନ୍ତି। ଫଳରେ ଦିଲ୍ଲୀବାସୀ ଭୟଭିତ ଅଛନ୍ତି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଦିଲ୍ଲୀ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଦୟିତ୍ବ ଦେଇଥିଲେ। ଦିଲ୍ଲୀର ବହୁ ଅଞ୍ଚଳ ପରିଦର୍ଶନରେ ଯାଇ ‘ଗ୍ରାଉଣ୍ଡ ଜିରୋ’ରେ ସ୍ଥିତି ଅନୁଧ୍ୟାନ କରିବା ପରେ ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲ କହିଛନ୍ତି ଯେ, ଘଟଣାସ୍ଥଳରେ ଯଥେଷ୍ଟ ସଂଖ୍ୟକ ସୁରକ୍ଷା କର୍ମୀ ମହଜୁଦ୍‌ ରହିବା ସହ ସ୍ଥିତିକୁ ନିୟନ୍ତ୍ରଣ କରୁଛନ୍ତି। ତେଣୁ, ଦଙ୍ଗାକୁ କେନ୍ଦ୍ର କରି କେହି ଭୟଭୀତ ବା ଆତଙ୍କିତ ହେବାର କୌଣସି କାରଣ ନାହିଁ।

ଏଥସହ ଡୋଭାଲ କହିଛନ୍ତି ଯେ, ଦିଲ୍ଲୀ ପୁଲିସ୍‌ର ସାମର୍ଥ୍ୟ ଓ ଉଦ୍ଦେଶ୍ୟକୁ ଲୋକେ ସନ୍ଦେହ ଚକ୍ଷୁରେ ଦେଖୁଛନ୍ତି। ଏଥିରୁ ସେମାନଙ୍କୁ ମୁକୁଳିବାକୁ ପଡ଼ିବ। ବର୍ତ୍ତମାନ ସମୟରେ ସମସ୍ତ ସୁରକ୍ଷା କର୍ମୀଙ୍କୁ ସମସ୍ତେ ବିଶ୍ୱାସକୁ ନେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

Comments are closed.