Odisha Link
Bridging the Missing Links in Odisha

ନୀତୀଶ କୁମାରଙ୍କୁ ଧନ୍ୟବାଦ ଦେଲେ ପ୍ରଶାନ୍ତ କିଶୋର, କହିଲେ….

ପାଟନା: ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଆଜି ବିହାର ମୁଖ୍ୟମନ୍ତ୍ରୀଙ୍କୁ ନୀତୀଶ କୁମାରଙ୍କୁ ଧନ୍ୟବାଦ ଦେଇଛନ୍ତି। ପ୍ରଶାନ୍ତ କିଶୋର କହିଛନ୍ତି ଯେ, ଏନଆରସି ଓ ଏନପିଆରକୁ ନେଇ ନିଜ କଥାରେ ଅଟଳ ରହିଥିବା ନୀତୀଶ କୁମାରଙ୍କୁ ମୋର ଧନ୍ୟବାଦ।

ପ୍ରଶାନ୍ତ କିଶୋର ଆହୁରି କହିଛନ୍ତି ଯେ, ଏନଆରସି ଓ ଏନପିଆରକୁ ନେଇ ନିଜ କଥାରେ ଅଟଳ ରହିଥିବା ନୀତୀଶ କୁମାରଙ୍କୁ ମୋର ଧନ୍ୟବାଦ। ଏହା ବ୍ୟତୀତ ରାଜ୍ୟରେ ଆହୁରି ସମସ୍ୟ ରହିଛି। ବିହାରର ବିକାଶ ପାଇଁ କିଛି ପଦକ୍ଷେପ ନିଅନ୍ତୁ। ଆମେ କେବଳ ଆଶା କରିପାରିବୁ ଯେ , ଆପଣ ଆପଣଙ୍କ ଅର୍ନ୍ତଆତ୍ମା ପ୍ରତି ସଚେତ ରହି ସୁବିଧା ଅସୁବିଧାରେ ବିହାରବାସୀଙ୍କ ସହ ରହିବେ। ସୂଚନା ଥାଉକି, କିଛିଦିଦ ତଳେ ପ୍ରଶାନ୍ତ କିଶୋରଙ୍କୁ ଦଳରୁ ବହିଷ୍କାର କରିଥିଲେ ନୀତୀଶ କୁମାର।

ବିହାରରେ ଲାଗୁ ହେବ ନାହିଁ ରାଷ୍ଟ୍ରୀୟ ନାଗରିକ ରେଜିଷ୍ଟର (ଏନଆରସି) । ଅନ୍ୟପଟେ ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟର (ଏନପିଆର) ୨୦୧୦ ମସିହାରେ ଯେଉଁ ପ୍ରକ୍ରିୟାରେ ହୋଇଥିଲା ସେହି ଆଧାରରେ ମଧ୍ୟ ବିହାରରେ କାର୍ଯ୍ୟକାରୀ ହେବ। ସେ ନେଇଗତକାଲି ବିହାର ବିଧାନସଭାରେ ପ୍ରସ୍ତାବ ପାରିତ ହୋଇଥିଲା।

Comments are closed.