Odisha Link
Bridging the Missing Links in Odisha

ଚନ୍ଦ୍ରବାବୁ ନାଇଡୁଙ୍କୁ ଅଣ୍ଡା, ଚପଲ ମାଡ଼

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲ୍‌ଗୁ ଦେଶମ୍‌ ପାର୍ଟିର ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କ ରାଲିରେ ଜୋତା, ଅଣ୍ଡା ଓ ଟମାଡୋ ମାଡ଼ ହୋଇଛି। ଚନ୍ଦ୍ରବାବୁ ନାଇଡ଼ୁଙ୍କ ବିଶାଖାପାଟଣା ଗସ୍ତକୁ ଓ୍ୱାଇଏସ୍‌ଆର କଂଗ୍ରେସ ପାର୍ଟିର କିଛି କର୍ମୀ ବିରୋଧ କରିବା ସମୟରେ ଏପରି କରିଥିବା ଦେଖିବାକୁ ମିଳିଛି।

ଚନ୍ଦ୍ରବାବୁ ଜନ ଚୈତନ୍ୟ ଯାତ୍ରା ଲାଗି ଆଜିଠୁ ଦୁଇ ଦିନିଆ ବିଶାଖାପାଟନମ ଗସ୍ତରେ ଯାଇଥିଲେ। ବିମାନବନ୍ଦରରୁ ସେ ପୁଡୁର୍ଥି ଅଭିମୁଖେ ରାଲିରେ ଯାଉଥିବା ବେଳେ ଓ୍ୱାଇଏସ୍‌ଆର କଂଗ୍ରେସ ପାର୍ଟିର ସମର୍ଥକମାନେ ବିରୋଧ କରିଥିଲେ। ଏପରିକି ଚନ୍ଦ୍ରବାବୁ ଗୋ ବ୍ୟାକ୍ ସ୍ଲୋଗାନ୍‌ ଦେଇ ତାଙ୍କ ପଥରୋଧ କରିବାରୁ ଟିଡିପି ସମର୍ଥକଙ୍କ ସହ ଓ୍ୱାଇଏସଆର ଦଳର କର୍ମୀ ମୁହାଁମୁହିଁ ହୋଇଥିଲେ।

ଏହି ସମୟରେ ଚନ୍ଦ୍ରବାବୁଙ୍କ ରାଲିକୁ ଜୋତା, ଅଣ୍ଡା ଓ ଟମାଟୋ ମାଡ଼ ସହ ତାଙ୍କୁ କଳାପତାକା ପ୍ରଦର୍ଶନ କରାଯାଇଥିଲା ପ୍ରାୟ ୫ ଘଣ୍ଟା ଧରି ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିବା ପରେ ସ୍ଥାନୀୟ ପୁଲିସ ଚନ୍ଦ୍ରବାବୁଙ୍କୁ ବିମାନବନ୍ଦରଠାରେ ନେଇ ଅଟକ ରଖିଛି। ତାଙ୍କ ସୁରକ୍ଷା ପାଇଁ ଏପରି କରାଯାଇଛି ଏବଂ ସ୍ଥିତି ନସୁଧୁରିବା ଯାଏ ତାଙ୍କୁ ଛଡ଼ାଯିବନାହିଁ ବୋଲି କୁହାଯାଇଛି।

Comments are closed.