Odisha Link
Bridging the Missing Links in Odisha

ପରୀକ୍ଷା ଦେଇ ଘରକୁ ଫେରୁଥିବା ବେଳେ ଓଲଟି ପଡ଼ିଲା ଅଟୋ

ଉମରକୋଟ: ମାଟ୍ରିକ୍‌ ପରୀକ୍ଷାର ପଞ୍ଚମ ଦିନରେ ପରୀକ୍ଷା ଦେଇ ଘରକୁ ଫେରୁଥିବାବେଳେ ଦୁର୍ଘଟଣା ଘଟି ୮ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୭ ଜଣ ଛାତ୍ରୀ ଥିବାବେଳେ ଜଣେ ଛାତ୍ର ଅଛନ୍ତି। ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍‌ ଅନ୍ତର୍ଗତ ଜୁନାପାଣି ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ସମସ୍ତ ଆହତଙ୍କୁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ତିନି ଜଣ ଛାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି।

ମିଳିଥିବା ସୂଚନା ଅନୁସାରେ, ତେଲନଦୀ ଆଶ୍ରମ ବିଦ୍ୟାଳୟର ୮ଜଣ ଛାତ୍ରଛାତ୍ରୀ ଗତକାଲି ମାଟ୍ରିକ୍‌ ପରୀକ୍ଷା ଦେବା ପାଇଁ ଏକ ଅଟୋରେ ଝରିଗାଁ ନୋଡ଼ାଲ ହାଇସ୍କୁଲ ପରୀକ୍ଷା କେନ୍ଦ୍ରକୁ ଯାଇଥିଲେ। ସେଠାରେ ପରୀକ୍ଷା ଦେଇ ସାରି ଉକ୍ତ ଅଟୋରେ ଫେରୁଥିବାବେଳେ ଜୁନାପାଣି ଗାଁ ନିକଟରେ ଅଟୋଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। ଦୁର୍ଘଟଣା ପରେ ଅଟୋ ଡ୍ରାଇଭର ଫେରାର ହୋଇଯାଇଛି। ପୁଲିସ୍ ଅଟୋକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Comments are closed.