Odisha Link
Bridging the Missing Links in Odisha

ତାଜମହଲ: ଗୋଟିଏ ସପ୍ତାହରେ ଟ୍ରମ୍ପଙ୍କ ପରେ ଏହି ରାଷ୍ଟ୍ରପତି କରିବେ ପରିଦର୍ଶନ

ଆଗ୍ରା: ୪ ଦିନିଆ ଭାରତ ଗସ୍ତରେ ଆସିଛନ୍ତି ମିଆଁମାର ରାଷ୍ଟ୍ରପତି। ଏହି ଅବସରରେ ଆଜି ମୋଗଲ ଭାସ୍କର୍ଯ୍ୟର ଅପୂର୍ବ ନିଦର୍ଶନ, ପ୍ରେମର ପ୍ରତୀକ ଓ ଭାରତର ପରିଚୟ ବହନ କରୁଥିବା ତାଜମହଲ ପରିଦର୍ଶନ କରିବାକୁ ଯିବେ ମିଆଁମାର ରାଷ୍ଟ୍ରପତି। ଶନିବାର ରାଷ୍ଟ୍ରପତି ୟୁ ୱିନ ମିଣ୍ଟ ଓ ତାଙ୍କ ଧର୍ମପତ୍ନୀ ତଥା ମିଆଁମାରର ପ୍ରଥମ ମହିଳା ଡାଓ ଚୋ ଚୋ ତାଜମହଲ ପରିଦର୍ଶନ କରିବେ।

ଗୋଟିଏ ସପ୍ତାହ ଭିତରେ ଦ୍ବୀତୟ ଥର ପାଇଁ ଭିଭିଆଇପିଙ୍କ ପରିଦର୍ଶନ ନେଇ ତାଜମହଲଙ୍କୁ ସାଧରାଣ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯିବ। ଶନିବାର ମିଆଁମାର ରାଷ୍ଟ୍ରପତି ୟୁ ୱିନ ମିଣ୍ଟଙ୍କ ପରିଦର୍ଶନ ପାଇଁ ତାଜମହଲକୁ ଦୁଇ ଘଣ୍ଟା ପାଇଁ ବନ୍ଦ ରଖାଯିବ। ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ବିଭାଗ ପକ୍ଷରୁ ତାଜମହଲ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଯାହାରିଫଳରେ ଶନିବାର ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୨ଟା ଯାଏଁ ତାଜମହଲ ସାଧାରଣ ନାଗରିକଙ୍କ ପାଇଁ ବନ୍ଦ ରହିବ। ସୂଚନାଥାଉକି, ବୁଧବାର ମିଆଁମାର ରାଷ୍ଟ୍ରପତି ୟୁ ୱିନ ମିଣ୍ଟ ଚାରି ଦିବସୀୟ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିଥିଲେ। ସେ ଫେବୃଆରୀ ୨୬ରୁ ୨୯ ଯାଏଁ ଭାରତ ଗସ୍ତରେ ରହିଛନ୍ତି।

Comments are closed.