Odisha Link
Bridging the Missing Links in Odisha

ସୁପର ହିଟ ସିନେମାରେ ନଜର ଆସୁଛନ୍ତି ପ୍ରଭାସ

ଚେନ୍ନାଇ: ସାଉଥର ସୁପରଷ୍ଟାର ପ୍ରଭାସ ବହୁତ ଶୀଘ୍ର ଏକ ସିନେମାରେ ନଜର ଆସୁଛନ୍ତି । ନିର୍ମାତା କମ୍ପାନୀ ‘ବୈଜୟନ୍ତୀ ମୁଭିଜ୍’ ଏହି ସିନେମାକୁ ନେଇ ଘୋଷଣା କରିଛନ୍ତି । ସିନେମାଟିକୁ ନିର୍ଦ୍ଦେଶକ ନାଗ ଅଶ୍ୱିନ୍ ନିର୍ଦ୍ଦେଶନା ଦେବେ। ସିନେମଟିର ଶୁଟିଂ ଚଳିତ ବର୍ଷର ଶେଷ ସୁଦ୍ଧା ଆରମ୍ଭ ହେବ।

ବୈଜୟନ୍ତୀ ମୁଭିଜ୍’ ୨୮ ସେକେଣ୍ଡର ଏକ ଭିଡିଓ ଶେଆର କରି ସିନେମା ବିଷୟରେ ଘୋଷଣା କରିଛି । ସୂଚନା ଦିଆଯାଇଛି ଯେ ‘ବୈଜୟନ୍ତୀ ମୁଭିଜ୍’କୁ ୫୦ ବର୍ଷ ପୂରିଯାଇଛି ଓ କମ୍ପାନୀ ମେଗାଷ୍ଟାର ପ୍ରଭାସଙ୍କ ସହ ଏକ ସୁନେମା କରିବାକୁ ଯାଉଛି ।  ଏହି କମ୍ପାନୀର ପ୍ରତିଷ୍ଠାତା ସି ଅଶ୍ୱିନ ଦତ୍ତ ସାଉଥ ଇଣ୍ଡଷ୍ଟ୍ରିରେ ବଡ଼ ବଜେଟ୍‌ର ଭଲ ଭଲ ସିନେମା ବନାଇବା ପାଇଁ ବେଶ୍‌ ଜଣାଶୁଣା ।

ତେବେ ପ୍ରଭାସ ସିନେମା ‘ବାହୁବଳୀ’ ପରେ ସାଉଥ୍ ଇଣ୍ଡଷ୍ଟ୍ରିର ସବୁଠୁ ବଡ଼ ଷ୍ଟାର ହୋଇଯାଇଛନ୍ତି । ସିନେମା ‘ସାହୋ’ ଜରିଆରେ ସେ ବଲିଉଡ୍‌ରେ ମଧ୍ୟ ନଜର ଆସିଥିଲେ ।

Comments are closed.