Odisha Link
Bridging the Missing Links in Odisha

ସରୁଛି ଅବଧି; ରାଜ୍ୟର ବିଭିନ୍ନ ଆରଟିଓ ଅଫିସ ସାମ୍ନାରେ ଲାଗିଛି ଗହଳି

ଭୁବନେଶ୍ବର: ସରୁଛି ଆରଟିଓ ଅବଧି ଏଥିପାଇଁ ଗାଡ଼ି କାଗଜପତ୍ର ଠିକ କରାଇନେବା ପାଇଁ ଲୋକଙ୍କ ଭିତରେ ତତ୍ପରତା ଦେଖାଦେଇଛି। ସାରା ରାଜ୍ୟରେ ଆରଟିଓ ଅଫିସ ଗୁଡିକ ସାମ୍ନାରେ ପ୍ରବଳ ଗହଳି ଲାଗିରହିଛି। ନୂଆ ଟ୍ରାଫିକ ନିୟମ ଲାଗୁ ପାଇଁ ବାକି ରହିଛି ମାତ୍ର ୨୪ ଘଣ୍ଟାର ମହଲତ। କାଲିଠୁ ରାଜ୍ୟରେ କଡାକଡ଼ି ହେବ ନୂଆ ସଂଶୋଧିତ ମୋଟର ଯାନ ଆଇନ। ପରିବହନ ମନ୍ତ୍ରୀ କହିଛନ୍ତି, ମାର୍ଚ୍ଚ ୧ରୁ ଆଉ ନିସ୍ତାର ନାହିଁ। ଗାଡ଼ିର କାଗଜ ପତ୍ର ଠିକନଥିଲେ, ଟ୍ରାଫିକ ନିୟମ ଭାଙ୍ଗିଲେ ମୋଟା ଅଙ୍କର ତଣ୍ଡ ଗଣିବେ ଗାଡ଼ି ଚାଳକ।

ରାଜ୍ୟ ସରକାର ଦେଇଥିବା କଣ୍ଟ ଆଜି ସରୁଥିବାରୁ ବିଭିନ୍ନ ସ୍ଥାନରେ ଥିବା ଆରଟିଓ ଅଫିସର ଏହି ଭଳି ଭିଡ଼ ଦେଖିବାକୁ ମିଳିଛି। ଆରସି, ଡିଏଲ ଠାରୁ ଆରମ୍ଭ କରି ଗାଡିର କାଗଜ ପତ୍ର କରିବା ପାଇଁ ଆରଟିଓ ଅଫିସରେ ଧାଡିବାନ୍ଧିଛନ୍ତି ଲୋକେ। ନୂଆ ମୋଟର ଯାନ ଆଇନ ଆସିବା ପରେ କାଗଜପତ୍ର କରିବା ପାଇଁ ରାଜ୍ୟ ସରକାର ଦୁଇଟି ମହଲତରେ ୬ ମାସର ମହଲତ ଦେଇଛନ୍ତି। ଯାହାର ମହଲତ ଆଜି ସରୁଛି। ପ୍ରଥମ ଦଫାରେ ସେପ୍ଟେମ୍ବର ଠାରୁ ନଭେମ୍ବର ଯାଏଁ ନିୟମକୁ କୋହଳ କରାଯାଇଥିଲା। ଏହାପରେ ଡିସେମ୍ବରୁ ଫେବୃୟାରୀ ୨୯ ତାରିଖ ଯାଏଁ ରିହାତି ଦେଇଥିଲେ ରାଜ୍ୟ ସରକାର।
ତେଣୁ ଆସନ୍ତାକାଲି ଠାରୁ ନିୟମ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ପରିବହନ ଓ ପୁଲିସ ମଧ୍ୟ ପ୍ରସ୍ତୁତ ହୋଇସାରିଲେଣି। ୬ ମାସର ମହଲତ ପରେ ଗାଡି ଚାଳକ କେତେ ସଚେତନ ହୋଇଛନ୍ତି ତାହା ଆସନ୍ତାକାଲି ଜଣାପଡ଼ିବ।

Comments are closed.