ବୁଡ଼ିଗଲେ ଦୁଇ ଛାତ୍ରୀ

ନରସିଂହପୁର: ଆଠଗଡ ନରସିଂହପୁର ଘୁଷକ ଗାଁରେ ଘଟିଛି ଦୁଃଖଦ ଘଟଣା। ଗାଁ ପୋଖରୀରେ ଗାଧୋଇବା ବେଳ ବୁଡିଗଲେ ଦୁଇ ଛାତ୍ରୀ। ମୃତକ ପୂଜାରାଣୀ ସାହୁ ଓ ଶ୍ରଦ୍ଧା ପ୍ରଧାନ।
ମିଳିଥିବା ସୂଚନା ଅନୁସାରେ, ଆଜି ଦିନ ସକାଳ ସମୟରେ ଗାଁ ନିକଟ ପୋଖରୀକୁ ଗାଧୋଇବାକୁ ଯାଇଥିଲେ ଦୁଇ ଛାତ୍ରୀ। ତେବେ ଗାଧୋଉଥିବା ସମୟରେ ହଠାତ୍ ଗୋଡି ଖସିଯିବାରୁ ପାଣି ବୁଡିଯାଇଥିଲେ ଦୁଇ ଛାତ୍ରୀ। ସମ୍ପର୍କରେ ଦୁଇ ଜଣ ଭଉଣୀ ହେବେ ବୋଲି କୁହାଯାଉଛି। ତେବେ ପାଣି ବୁଡିଯାଇଥିବାର ଖବର ପାଇଁ ସ୍ଥାନୀୟଲୋକ ଓ ପରିବାର ଲୋକ ଦୁଇ ଜଣଙ୍କୁ ଉଦ୍ଧାର କରି ନିକଟସ୍ଥ ନରସିଂହପୁର ମେଡିକାଲରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ତେବେ ଦୁଇ ସମ୍ପର୍କୀୟ ଭଉଣୀଙ୍କ ମୃତ୍ୟୁ ଖବର ପାଇ ପରିବାରରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।