ସ୍କୁଲ ଅଧ୍ୟକ୍ଷ ୯ମ ଶ୍ରେଣୀ ଛାତ୍ରୀଙ୍କୁ କଲେ ପ୍ରେମ, ଫୋନରେ କହୁଥିଲେ ‘ତୁମକୁ ମୁଁ ବହୁତ ମିସ୍ କରୁଛି’..

ଚାନ୍ଦବାଲି: ଏକଦା ଓଡ଼ିଆ ଆଲବମ ଜଗତରେ ‘ନବମ ଶ୍ରେଣୀ ଝିଅଟା ଛାତିକୁ ମୋର ହଟ କରୁଛି’ ଗୀତଟି ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା। ଯେଉଁ ଗୀତଟି ଏବେବି ଗୀତ ପ୍ରେମୀଙ୍କ ମନରେ ରହିଛି। ଆପଣ ଭାବୁଥିବେ ଆମେ ଆପଣଙ୍କୁ ଏହି ଗୀତ ବିଷୟରେ କାହିଁ କହୁଛୁ। ତେବେ ଜାଣନ୍ତୁ କଣ ପାଇଁ ଏଭଳି କହିଲୁ। କାରଣ ଜଣେ ନବମ ଶ୍ରେଣୀ ଝିଅର ପ୍ରେମରେ ପାଗଳ ହୋଇଛନ୍ତି ସ୍କୁଲ ଅଧ୍ୟକ୍ଷ। ଏପରିକି ଛାତ୍ରୀଙ୍କୁ ଫୋନ କରି ଖରାପ କଥା ହେଉଥିଲେ ସ୍କୁଲ ଅଧ୍ୟକ୍ଷ। ଯାହା ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଛି।
ସ୍କୁଲ ଅଧ୍ୟକ୍ଷ ଫୋନ କରି “….. ତୁମକୁ ମୁଁ ବହୁତ ମିସ୍କ କରୁଛି। ଯାହା ଭାଷାରେ କହିପାରିବି ନାହିଁ। ଆଜି କେହି ନାହାନ୍ତି, ତୁମେ ଚାଲି ଆସ। ମୋ’ ସ୍ତ୍ରୀ ଯେତିକି ମନେ ନପକାଉଛି, ତାହାଠାରୁ ଅଧିକ ତୁମେ ମନେ ପଡ଼ୁଛି…।” ଏପରିକି ଛାତ୍ରୀଙ୍କୁ ଫୋନ୍ କରି ଆହୁରି ଖରାପ କଥା ହେଉଥିଲେ ସ୍କୁଲ ଅଧ୍ୟକ୍ଷ। ଏନେଇ ଅଭିଯୋଗ ହେବା ପରେ ଧାମରା ମେରାଇନ୍ ଥାନା ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ସାରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ନବମ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀ ପରି (ଛଦ୍ମନାମ) ପ୍ରତିଦିନ ସ୍କୁଲ ଯାଆନ୍ତି। ହେଲେ ସ୍କୁଲର ଅଧ୍ୟକ୍ଷ ତାଙ୍କୁ ବିଭିନ୍ନ ସମୟରେ ଅସଦାଚରଣ କରୁଥିଲେ। ଛାତ୍ରୀଙ୍କୁ ଏକୁଟିଆ ପାଇ ଛାତ୍ରୀଙ୍କୁ କିସ୍ କରୁଥିଲେ। ଏପରିକି ଫୋନରେ ଅଶୋଭନୀୟକ କଥା ଛାତ୍ରୀଙ୍କୁ କହୁଥିଲେ। ତେବେ ଉଭୟଙ୍କ କଥାବାର୍ତ୍ତାର ଅଡିଓ ଟ୍ୟାପ୍ ଏବେ ଭାଇରାଲ୍ ହୋଇଯାଇଥିଲା। ଏ ସମ୍ପର୍କରେ ଅଧ୍ୟକ୍ଷ ମହାଶୟ ଜାଣିପାରି ଗତକାଲି ଧାମରା ଅଞ୍ଚଳରୁ ଖସି ପଳାଇବାକୁ ଉଦ୍ୟମ କରୁଥିଲେ। କିନ୍ତୁ ସେ ଅଭିଭାବକଙ୍କ ହାବୁଡ଼ରେ ପଡ଼ିଯାଇଥିଲେ। ପରେ ଅଭିଭାବକମାନେ ତାଙ୍କୁ ନିର୍ଧୁମ ଛେଚି ପୁଲିସ ଜିମାରେ ଦେଇଥିଲେ।
ପରେ ଏନେଇ ଛାତ୍ରୀଙ୍କ ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ସାରଙ୍କୁ ଆଜି କୋର୍ଟ ଚାଲାଣ କରିଛି। ପୁଲିସ ସ୍କୁଲର ଅଧ୍ୟକ୍ଷଙ୍କ ବିରୋଧରେ ୩୭୬(ସି) (୩)/୩୭୬(ଏନ)/ ପୋକ୍ସୋ ଆକ୍ଟରେ ଦଫା ଲଗାଇଛି। ଗିରଫ ଅଧ୍ୟକ୍ଷଙ୍କ ଘର ଖୋର୍ଦ୍ଧା ଅଞ୍ଚଳର ବୋଲି ଜଣାପଡିଛି। କିଛି ବର୍ଷ ହେବ ସେ ଧାମରାରେ ରହି ସ୍କୁଲରେ ଅଧ୍ୟକ୍ଷତା କରୁଥିଲେ।
Comments are closed.