Odisha Link
Bridging the Missing Links in Odisha

ରାଜ୍ୟରେ ବର୍ଷା ସହ ମାରିବ ଘଡ଼ଘଡ଼ି, ୧୦ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ବର: ଆଜି ରାଜ୍ୟର ୧୦ ଜିଲ୍ଲାରେ ସ୍ୱଳ୍ପ ବର୍ଷା ହେବ। ଏହାସହ ଘଡ଼ଘଡ଼ି ମାରିବ। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଦିନ ୮ଟା ୧୫ଯାଏ ସତର୍କ ରହିବାକୁ ଏହି ସବୁ ଜିଲ୍ଲାବାସୀଙ୍କୁ ପରାମର୍ଶ ଦିଆଯାଇଛି।

ପରିସ୍ଥିତିକୁ ନଜରରେ ରଖି ୫ ଦିନ ପର୍ଯ୍ୟନ୍ତ ଅଧିକାଂଶ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବିଶେଷକରି ଉପକୂଳ ଓଡିଶାରେ ଅଧିକ ଘଡଘଡି , ବଜ୍ରପାତ ଓ ହାଲୁକା ବର୍ଷା ହେବାର ସମ୍ଭାବନା ଥିବାରୁ ସତର୍କତା ଅବଲମ୍ବନ କରିବାକୁ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି ।

ଆଜି କେନ୍ଦୁଝର , ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହୋଇପାରେ । ସେହିପରି ଆଜି ଅପରାହ୍ନରୁ ଆସନ୍ତାକାଲି ସକାଳ ଭିତରେ କେନ୍ଦୁଝର, ମୟୂରଭଞ୍ଜ, ସମେତ ବାଲେଶ୍ୱର, କନ୍ଧମାଳ, ରାୟଗଡା, ବୌଦ୍ଧ, ସୁନ୍ଦରଗଡ, କଳାହାଣ୍ଡି, ଢ଼େଙ୍କାନାଳ ଓ କଟକ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଆସନ୍ତାକାଲି ବର୍ଷା ପରିମାଣ ବଢ଼ିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର ।

Comments are closed.