Odisha Link
Bridging the Missing Links in Odisha

କରୋନାକୁ ନେଇ ମୋଦିଙ୍କ ରିଭ୍ୟୁ

ନୂଆଦିଲ୍ଲୀ: ଗତକାଲି ଭାରତରେ ଦୁଇ ଜଣ ବ୍ୟକ୍ତିଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଥିଲା ଏବେ ଉଭୟଙ୍କୁ ସ୍ୱତନ୍ତ୍ର ୱାର୍ଡରେ ରଖାଯାଇ ଚିିକିତ୍ସା କରାଯାଉଛି। ଆଜି ପ୍ରଧାନମନ୍ତ୍ରୀ ମୋଦି କରୋନା ସ୍ଥିତ ନେଇ ସମୀକ୍ଷା କରିଛନ୍ତି। ସ୍ଥିତ ସମୀକ୍ଷା ନେଇ ଟ୍ବିଟ୍‌ ଜରିଆରେ ମୋଦି କହିଛନ୍ତି ଯେ, କରୋନା ଭାଇରସ୍‌କୁ ନେଇ ଭୟଭୀତ ହେବାର ଆବଶ୍ୟକତା ନାହିଁ। ଆତ୍ମସୁରକ୍ଷା ପାଇଁ ସମସ୍ତଙ୍କୁ ମିଳିତ ଭାବେ କାମ ମରିବାକୁ ପଡିବ। ମୋଦି ଆହୁରି କହିଛନ୍ତି ଯେ, ବିଭିନ୍ନ ମନ୍ତ୍ରାଳୟ ଓ ରାଜ୍ୟମାନେ ମିଳିତ କାର୍ଯ୍ୟ କରୁଛନ୍ତି। ବିଦେଶରୁ ଆସୁଥିବା ଲୋକଙ୍କୁ ସ୍କ୍ରିନିଂ ସହ ଆବଶ୍ୟକ ଯାଞ୍ଚ କରାଯାଉଛି।

ସୂଚନାଯୋଗ୍ୟ, କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ୨୪ ଘଂଟିଆ ହେଲପଲାଇନ ନମ୍ବର ମଧ୍ୟ ଜାରି କରାଯାଇଛି। ପୂର୍ବରୁ ଚୀନର ଉହାନରୁ ଫେରିଥିବା ୪ ଜଣ କେରଳ ଛାତ୍ରଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଥିଲା । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ୩ ହଜାର ୨୨୨ ସନ୍ଦିଗ୍ଧ କରୋନା ଆକ୍ରାନ୍ତଙ୍କ ରକ୍ତ ପରୀକ୍ଷା କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ପଜିଟିଭି ରିପୋର୍ଟ ଆସିଥିବା ବେଳେ ୨୩ ଜଣ ସନ୍ଦିଗ୍ଧ ଆକ୍ରାନ୍ତଙ୍କ ରିପୋର୍ଟ ଆସିନାହିଁ । ପାଂଚ ଜଣଙ୍କ ମଧ୍ୟରୁ ୩ ଜଣ କେରଳର ଚିହ୍ନଟ ହୋଇଥିବା ବେଳେ ଚିକିତ୍ସା ପରେ ଘରକୁ ସୁସ୍ଥ ହୋଇଛନ୍ତି । ସେହିପରି କରୋନା ଆକ୍ରାନ୍ତ ଦେଶରୁ ଫେରିଥିବା ୨୫ ହଜାର ବ୍ୟକ୍ତିଙ୍କୁ ହୋମ ଆଇସୋଲେସନରେ ରଖାଯାଇଛି । ସେମାନଙ୍କୁ ଡିଷ୍ଟ୍ରିକ ସର୍ଭେଲାନ୍ସ ଅଫିସର ନିୟମିତ ଅନୁଧ୍ୟାନ କରୁଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।

Comments are closed.