Odisha Link
Bridging the Missing Links in Odisha

୨ ଜଣ କରୋନା ସନ୍ଦିଗ୍ଧଙ୍କୁ ଏସ୍‌ସିବିରେ ଭର୍ତ୍ତି

ପାରାଦୀପ: ପାରାଦୀପରେ ୨ ଜଣ କରୋନା ସନ୍ଦିଗ୍ଧ ଚିହ୍ନଟ। ସିଙ୍ଗାପୁରରୁ ଜାହାଜରେ ପାରାଦୀପ ଅଭିମୁଖେ ଆସିଥିବା ୨ଜଣ ସ୍ୱାମୀ-ସ୍ତ୍ରୀ କରୋନା ଆକ୍ରାନ୍ତ ନେଇ ସନ୍ଦେହ କରାଯାଉଛି। ଉଭୟଙ୍କୁ ପରୀକ୍ଷା ପାଇଁ କଟକ ଏସ୍‌ସିବିରେ ଭର୍ତ୍ତି କରାଯାଇଛି। ଉଭୟ ସ୍ୱାମୀ ସ୍ତ୍ରୀଙ୍କ ଘର ଉତ୍ତରପ୍ରଦେଶର କାନପୁରରେ ବୋଲି ଜଣାପଡ଼ିଛି। ଆଜି ପାରାଦୀପ ବନ୍ଦରରେ ବର୍ଥିଙ୍ଗ୍ କରିଥିବା ଜାହାଜ ଏମ୍.ଟି. କେମଷ୍ଟାର ସ୍ଟେଲାରର କ୍ରିଉ ମେମ୍ବର ଓ ତାଙ୍କ ସ୍ତ୍ରୀ ଙ୍କ ଠାରେ କରୋନା ଲକ୍ଷଣ ଥିବା ସନ୍ଦେହ କରାଯାଇଛି। ତାଙ୍କ ଶରୀରରେ କରୋନା ଅଛି କି ନାହିଁ ତାହା ମଧ୍ୟ ଅନୁଧ୍ୟାନ କରାଯାଉଛି।

ଜାହାଜଟି ଚାଇନାରୁ ବାହାରି ସିଙ୍ଗାପୁର ହୋଇ ପାରାଦୀପ ଆସିଥିଲା। ତେବେ ସ୍ୱାମୀ ଜଣକ ଉକ୍ତ ଜାହାଜରେ ଚାକିରି କରିଥିବା ବେଳେ ସ୍ତ୍ରୀ ତାଙ୍କ ସହ ଆସିଥିଲେ। ଏବେ ଉକ୍ତ ଜାହାଜରେ ବାକି ଥିବା ୨୩ ଜଣ କ୍ରିଉ ମେମ୍ବରଙ୍କୁ ଓହ୍ଲାଇବା ପାଇଁ ଦିଆଯାଇ ନାହିଁ। ଜାହାଜଟି ଏବେ ଆଙ୍କରେଜ୍‌ ଏରିଆରେ ଅଛି। ଏନେଇ ସୂଚନା ପାଇବା ପରେ ବନ୍ଦର ଚିକିତ୍ସାଳୟର ଡାକ୍ତରୀ ଟିମ୍ ଜାହାଜରେ ପହଁଞ୍ଚି ପରୀକ୍ଷା ନିରୀକ୍ଷା କରୁଛନ୍ତି।

Comments are closed.