ଅଳ୍ପକେ ବର୍ତ୍ତିଲା ଲୋକମାନ୍ୟ ତିଲକ୍ ଏକ୍ସପ୍ରେସ୍

ଢେଙ୍କାନାଳ: ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଲୋକମାନ୍ୟ ତିଲକ ଏକ୍ସପ୍ରେସ୍। ରେଳ ଧାରଣାରେ ଫାଟ ଥିବା ସତ୍ତ୍ବେ ରେଳଧାରଣା ଉପରେ ଲୋକମାନ୍ୟ ତିଲକ ଏକ୍ସପ୍ରେସ୍ ଟ୍ରେନ୍ ଟି ଗତି କରିଥିବାର ଜଣାପଡିଛି।
ମିଳିଥିବା ସୂଚନା ଅନୁସାରେ, ଢେଙ୍କାନାଳ ଜିଲ୍ଲା ମହାଦିଆ ଷ୍ଟେସନ ନିକଟରେ ରେଳ ଧାରଣାରେ ଫାଟ ସୃଷ୍ଟି ହୋଇଥିଲା। ରେଳ ଧାରଣାରେ ଫାଟ ଥିବା ଦେଖି ସ୍ଥାନୀୟ ଲୋକେ ରେଳ ଷ୍ଟେସନ କର୍ତ୍ତୃପକ୍ଷଙ୍କୁ ଏନେଇ ଜଣାଇଥିଲେ। ଖବର ପାଇବା ପରେ ରେଲୱେ କର୍ମଚାରୀ ଆସି ରେଳ ଧାରଣାରେ ସୃଷ୍ଟି ହୋଇଥିବା ଫାଟକୁ ମରାମତି କରିଥିଲେ। ରେଳ ଧାରଣା ମରାମତି ହେବା ପରେ ଅନ୍ୟ ଟ୍ରେନ୍ ଗୁଡିକ ୧ ଘଣ୍ଟା ବିଳମ୍ବରେ ଯାତ୍ରା କରିଥିବା ସୂଚନା ମିଳିଛି। ତେବେ ନିଶ୍ଚିତ ଏକ ବଡ ଧରଣର ଦୁର୍ଘଟଣାରୁ ଲୋକମାନ୍ୟ ତିଲକ ଏକ୍ସପ୍ରେସ୍ ଟି ବର୍ତ୍ତି ଯାଇଛି।
Comments are closed.