Odisha Link
Bridging the Missing Links in Odisha

କରୋନା ପାଇଁ ଭାରତ-ୟୁଏଇ ଶିଖର ସମ୍ମିଳନୀ ସ୍ଥଗିତ

ନୂଆଦିଲ୍ଲୀ: ଘାତକ କରୋନା ଭାଇରସ ଏବେ ସାରା ବିଶ୍ବରେ ଏହାର କାୟା ବିସ୍ତାର କରିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଭାରତ-ୟୁଏଇ ଶିଖର ସମ୍ମିଳନୀକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖିବାକୁ ଉଭୟ ପକ୍ଷ ନିଷ୍ପତ୍ତି ନିଆଯାଇଛି। ବିଦେଶ ମନ୍ତ୍ରାଳୟ ପକ୍ଷରୁ ଜାରି ସୂଚନା ମୁତାବକ ନୂଆଦିଲ୍ଲୀ ଏବଂ ବ୍ରସେଲ୍ସ ପକ୍ଷରୁ ମିଳିତ ଭାବେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଚଳିତ ମାସ ଶେଷରେ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରସେଲ୍ସ ଗସ୍ତ କରିବାର ଥିଲା। ମାତ୍ର କରୋନା କରୋନା ସଂକ୍ରମଣ ପାଇଁ ସ୍ୱାସ୍ଥ୍ୟ ଅଧିକାରୀ ବାରଣ କରିଥିବାରୁ ପରବର୍ତ୍ତୀ ସମୟରେ ଭାରତ ୟୁଏଇ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ ନେଇ ସହମତି ପ୍ରକାଶ ପାଇଛି।

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରବୀଶ କୁମାର କହିଛନ୍ତି, “ଭାରତ-ଇୟୁ ସମ୍ମିଳନୀ ତାରିଖ ପରବର୍ତ୍ତୀ ସମୟରେ ସମସ୍ତଙ୍କ ସହ ଆଲୋଚନା କରି ଧାର୍ଯ୍ୟ କରାଯିବ। ଚଳିତ ବର୍ଷ ମାର୍ଚ୍ଚ ୧୩ରେ ବ୍ରୁସେଲ୍ସର ଇୟୁ ବୈଠକ ହେବାର ଥିଲା। ତେବେ ବେଲଜିୟମର ବ୍ରୁସେଲ୍ସରେ ଏବେ କରୋନା ଘାତକ ରୂପ ଧାରଣ କରିଛି। ବ୍ରୁସେଲ୍ସରେ ୧୦ ଜଣ ଲୋକ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଫଳରେ ଏଯାଏ ଏଠାରେ ମୋଟ ୨୩ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ମୋଦିଙ୍କ ବ୍ରୁସେଲ୍ସ ଗସ୍ତ ମଧ୍ୟ ସ୍ଥଗିତ ରଖାଯାଇଛି। ଇୟୁ-ଭାରତ ପରସ୍ପର ମଧ୍ୟରେ ଉତ୍ତମ ସମ୍ପର୍କ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି।” ତେବେ କାର୍ଯ୍ୟସୂଚୀ ଅନୁଯାୟୀ, ମୋଦି ବାଂଲାଦେଶ ଗସ୍ତ କରିବେ ଏବଂ ଏଥିରେ କୌଣସି ପରିବର୍ତ୍ତନ ହେବନାହିଁ ବୋଲି ସେ କହିଛନ୍ତି।

Comments are closed.