Odisha Link
Bridging the Missing Links in Odisha

ପାଇପ୍‌ ଫାଟି ଘରେ ପସିଲା ପାଉଁଶ ପାଣି

ଅନୁଗୋଳ : ଅନୁଗୋଳ ଜିଲ୍ଲା ତାଳଚେରସ୍ଥିତ ଟିଟିପିଏସ୍‌ର ଆସ୍‌ ପାଇପ୍‌ ଜଗନ୍ନାଥପୁର ଗାଁ ନିକଟରେ ଫାଟିଯାଇଛି। ଫଳରେ ରାସ୍ତା, ଚାଷ ଜମି ଓ କିଛି ଘର ଭିତରେ ପାଉଁଶ ପାଣି ପଶିଯାଇଛି। ଏନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

ସ୍ଥାନୀୟ ବାସିନ୍ଦା ଅରୁଣ ସାହୁ କହିଛନ୍ତି,“ଆଜି ସକାଳ ୬ଟାରୁ ପାଉଁଶ ପାଣି ଆସି ମୋ ଧାନ ମିଲ୍ ଭିତରେ ପଶିଯାଇଛି। ଏଥିଯୋଗୁ ମିଲ୍‌ରେ ଥିବା ଧାନ ନଷ୍ଟ ହୋଇଛି ।  ଦୁଇ ବର୍ଷ ତଳେ ଏଭଳି ପାଉଁଶ ପାଣି ଚାରି ଆଡେ ବ୍ୟାପୀ ଯାଇଥିଲା ।

ତେଣୁ ସ୍ଥାନୀୟ ବିଧାୟକଙ୍କ ତରଫରୁ ସାମାଧାନ କରାଯିବାକୁ ପ୍ରତିଶ୍ରୁତି ଦିଆଯାଇଥିଲା । ବାରମ୍ୱାର ଏଭଳି ଘଟଣା ଘଟୁଛି। ଲୋକମାନେ ଶୋଇଥିବେ ପାଉଁଶ ପାଣିରେ ଭାସିଗଲେ ସେଥିପାଇଁ ଦାୟୀ କିଏ ହେବ? ସେଥିପାଇଁ ପ୍ରଶାସନ କାହିଁକି ନଜର ଦେଉନି? ପାଇପ ଲାଇନ୍ ଉପରେ ନିଆଯାଇଛି ।

ତାକୁ ଅଣ୍ଡର ଗ୍ରାଉଣ୍ଡ କ’ଣ ପାଇଁ କରାଯାଉନି। କମ୍ପାନୀ ନିଜର ସୁବିଧା ଦେଖୁଛି। ହେଲେ ପବ୍ଲିକ୍‌ର ବେନିଫିଟ୍ ଦେଖୁ ନାହିଁ। ଶେଷରେ ଜନ ଆନ୍ଦୋଳନ କରାଯାଇ ପ୍ଲାଣ୍ଟରେ ତାଲା ପକାଇ ଦିଆଯିବ।”

Comments are closed.