Odisha Link
Bridging the Missing Links in Odisha

ୟେସ୍‌ ବ୍ୟାଙ୍କ ଜମାକାରୀଙ୍କ ଟଙ୍କା ସୁରକ୍ଷିତ ରହିଛି: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ଆର୍ଥିକ ସଙ୍କଟରେ ୟେସ୍‌ ବ୍ୟାଙ୍କ। ୟେସ୍‌ ବ୍ୟାଙ୍କର ଦେବାଳିଆ ସ୍ଥିତି ସାମ୍ନାକୁ ଆସିବା ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଟଙ୍କା ଉଠାଣ ଉପରେ କଟକଣା ଜାରି କରିଛନ୍ତି ଫଳରେ ଜମାକାରୀଙ୍କ ମଧ୍ୟରେ ଟଙ୍କା ବୁଡ଼ିଯିବା ନେଇ ଭୟ ସୃଷ୍ଟି ହୋଇଛି। ଏଥିପାଇଁ ଗ୍ରାହକମାନେ ଟଙ୍କା ଉଠାଇବା ପାଇଁ ଏଟିଏମ କାଉଣ୍ଟରରେ ଭିଡ଼ ଲଗାଉଛନ୍ତି। ତେବେ ୟେସ୍‌ ବ୍ୟାଙ୍କ ଜମାକାରୀଙ୍କୁ ଅଶ୍ଵସ୍ତ ରହିବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପରାମର୍ଶ ଦେଇଛନ୍ତି।

ଅର୍ଥମନ୍ତ୍ରୀ କହିଛନ୍ତି, ଜମାକାରୀମାନେ ନିଶ୍ଚିନ୍ତ ରୁହନ୍ତୁ, ସେମାନଙ୍କ ଟଙ୍କା ସୁରକ୍ଷିତ ରହିଛି। ଲୋକଙ୍କ ସ୍ବାର୍ଥକୁ ସରକାର ପ୍ରାଥମିକତା ଦେଉଛନ୍ତି। ସରକାର ଏବଂ ଆରବିଆଇ ୟେସ୍ ବ୍ୟାଙ୍କର ସମସ୍ୟା ସମାଧାନ କରିବାକୁ ମିଳିତ ଭାବେ ଉଦ୍ୟମ କରୁଛନ୍ତି। ମୁଁ ବ୍ୟକ୍ତିଗତ ଭାବେ ଏହି ସମସ୍ୟାକୁ ତଦାରଖ କରୁଛି।

Comments are closed.