Odisha Link
Bridging the Missing Links in Odisha

ବରିଷ୍ଠ ଆଇନଜୀବୀ ବିପିନ ବିହାରୀ ରଥଙ୍କ ପରଲୋକ

କଟକ: ବରିଷ୍ଠ ଆଇନଜୀବୀ ବିପିନ ବିହାରୀ ରଥଙ୍କ ପରଲୋକ ହୋଇଯାଇଛି। କଟକ କନିକା ଛକ ସ୍ଥିତ ବାସଭବନରେ ବିପିନ ରଥଙ୍କ ପରଲୋକ ହୋଇଛି। ମୄତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା।
୧୯୪୦ ମସିହା ଡିସେମ୍ବର ୨୩ତାରିଖରେ ବିପିନ ରଥ ଗଞ୍ଜାମ ଜିଲ୍ଲା କୃପାସିନ୍ଧୁପୁର ଶାସନରେ ଜନ୍ମଗ୍ରହଣ କରିଥିଲେ। ୧୦ ବର୍ଷ ବୟସରେ ବିପିନ ବାନର ସେନାରେ ଯୋଗ ଦେଇଥିଲେ। ଏହାସହ ସ୍ବାଧୀନତା ସଂଗ୍ରାମରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।
୧୯୫୫ ମସିହାରେ ସେ ଆଇନ ସେବାରେ ଯୋଗ ଦେଇଥିଲେ। ୧୯୮୭ ରେ ସେ ବରିଷ୍ଠ ଆଇନଜୀବୀର ମାନ୍ୟତା ପାଇଥିଲେ। ବିପିନ ବିହାରୀ ରଥ ଦୁଇ ଦୁଇ ଥର ହାଇକୋର୍ଟ ବାର ଆସୋସିଏସନ ସଭାପତି ଭାବେ ନିର୍ବାଚିତ ସୋଇଥିଲେ। ଏହାସହ ବିଶ୍ବ ହିନ୍ଦୁ ପରିଷଦର ବିଭିନ୍ନ ପଦ ପଦବୀରେ ମଧ୍ୟ ରହିଥିଲେ ବିପିନ ବିହାରୀ ରଥ। କଟକରେ ତାଙ୍କୁ ପ୍ରଶାସନ, ହାଇକୋର୍ଟ ଓ ଅନ୍ୟ ମାନ୍ୟଗଣ୍ୟ ଲୋକ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

Comments are closed.