Odisha Link
Bridging the Missing Links in Odisha

ମାଓ ଦମ୍ପତ୍ତିଙ୍କ ଆତ୍ମସମର୍ପଣ

ରାଉରକେଲା : ମାଓ ଦମ୍ପତ୍ତି ପୋଲିସ ଆଗରେ ଆତ୍ମସମର୍ପଣ କରିଛନ୍ତି। ମାଏବାଦୀ ରାଜୁ କୟାମ ଓ ତାଙ୍କ ପତ୍ନୀ କଳ୍ପନା ମାରଲା ଶନିବାର ରାଉରକେଲା ପୋଲିସ ପାଖରେ ଆତ୍ମସମର୍ପଣ କରିଛନ୍ତି।

ରାଜୁ ୨୦୧୧ ମସିହାରେ ମାଓ ସଙ୍ଗଠନରେ ସାମିଲ ହୋଇଥିବା ବେଳେ କଳ୍ପନା ୨୦୧୪ରେ ମାଓ ସଙ୍ଗଠନରେ ସାମିଲ ହୋଇଥିଲେ । ଉଭୟ ଓଡିଶା ଝାରଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲରେ ମାଓ ସଦସ୍ୟ ଭାବେ ସକ୍ରିୟ ଥିଲେ। ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଉଭୟଙ୍କୁ ସରକାରୀ ନିୟମ ଅନୁସାରେ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବେ ବୋଲି ରାଉରକେଲା ଏସପି କହିଛନ୍ତି।

Comments are closed.