Odisha Link
Bridging the Missing Links in Odisha

କାଲି ମହିଳା ଟି-୨୦ ବିଶ୍ବକପ୍‌ ଫାଇନାଲ: ବିକ୍ରି ହେଲାଣି ୭୫ ହଜାର ଟିକେଟ

ମେଲବର୍ଣ୍ଣ: ଆସନ୍ତାକାଲି ସାରା ବିଶ୍ବ ପାଳନ କରିବ ବିଶ୍ବ ମହିଳା ଦିବସ। ଅପରପକ୍ଷେ ଏହି ଦିବସରେ ପ୍ରସିଦ୍ଧ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡ(ଏମସିଜି)ରେ ରବିବାର ମହିଳା ଟି-୨୦ ବିଶ୍ୱକପ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯିବାକୁ ଥିବା ଏହି ଫାଇନାଲରେ ରେକର୍ଡ ସୃଷ୍ଟି ହେବାକୁ ଯାଉଛି। ପ୍ରଥମଥର ପାଇଁ ମହିଳା କ୍ରିକେଟ ମ୍ୟାଚ୍‌ ବେଳେ ଏମିସିଜିରେ ଏଥର ସର୍ବାଧିକ ଦର୍ଶକ ଉପସ୍ଥିତ ରହିବେ।

ଶୁକ୍ରବାର ସୁଦ୍ଧା ଫାଇନାଲ ମ୍ୟାଚ୍‌ ପାଇଁ ୭୫ ହଜାର ଟିକେଟ ବିକ୍ରି ହୋଇ ସାରିଥିବା ଆଇସିସି ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଫାଇନାଲ ଦିନ ଷ୍ଟାଡିୟମରେ ୯୦ ହଜାରରୁ ଅଧିକ ଦର୍ଶକ ଉପସ୍ଥିତ ରହିବେ ବୋଲି ଆଇସିସି ଆକଳନ କରିଛି। ଏହି ୭୫ ହଜାର ଟିକେଟ ମଧ୍ୟରୁ ସାରା ଷ୍ଟାଇଲ୍ସ ୧୫ ହଜାର ଟିକେଟ କିଣିଛି।

ଭାରତୀୟ ପୁରୁଷ ଦଳକୁ ସର୍ବଦା ସମର୍ଥନ କରୁଥିବା ଭାରତ ଆର୍ମି ରବିବାର ଷ୍ଟାଡିୟମରେ ଭାରତୀୟ ମହିଳା ଦଳ ପାଇଁ ଚିୟର କରିବ। ଏହାବାଦ ଆସନ୍ତାକାଲି ଅଷ୍ଟ୍ରେଲିଆ ତା’ ହୋମ ପରିବେଶର ମ୍ୟାଚ୍‌ ଖେଳୁଥିବାରୁ ଘରୋଇ ଦର୍ଶକଙ୍କ ସଂଖ୍ୟା ଅଧିକ ରହିବ ବୋଲି ଆଶା କରାଯାଇଛି।

Comments are closed.