Odisha Link
Bridging the Missing Links in Odisha

ହୋଲି: ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ସମଗ୍ର ଦେଶ ପାଳନ କରୁଛି ରଙ୍ଗର ପର୍ବ ହୋଲି। ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ଭାରତ ଏବଂ ଭାରତୀୟମାନଙ୍କ ଶାନ୍ତି ଓ ସମୃଦ୍ଧି କାମନା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଙ୍ଗଳବାର ହୋଲି ଅଭିନନ୍ଦନ ଦେଇଛନ୍ତି ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ହୋଲି ଅବସରରେ ଟ୍ବିଟ କରି, ଦେଶବାସୀଙ୍କୁ ଶୁଭେଚ୍ଛା ଦେବା ସହ ଏହି ପର୍ବ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧତା କାମନା କରି ଶୁଭେଚ୍ଛା ଜଣାଇଛନ୍ତି।

ସେହପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି , ରଙ୍ଗ, ଆନନ୍ଦ ଏବଂ ଆନନ୍ଦର ପର୍ବ ହୋଲିରେ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ ଜଣାଇଛନ୍ତି। ଏହି ପର୍ବ ସମସ୍ତ ଦେଶବାସୀଙ୍କ ଜୀବନରେ ସୁଖ ଆଣିଦେଉ ବୋଲି ଟ୍ବିଟ କରିଛନ୍ତି ପ୍ରଧାନମନ୍ତ୍ରୀ ।

Comments are closed.