Odisha Link
Bridging the Missing Links in Odisha

ରାଜ୍ୟସଭା ସଦସ୍ୟ ଭାବେ ଏହି କୁକୁରକୁ ସମର୍ଥନ କଲେ ତଥାଗତ ସତପଥୀ

ଭୁବନେଶ୍ବର: ରାଜ୍ୟସଭାରେ କାର୍ଯ୍ୟକାଳ ପୂରଣ ହୋଇଥିବା ଆସନ ପାଇଁ ଦେଶର ବିଭିନ୍ନ ରାଜ୍ୟରେ ବିଭିନ୍ନ ରାଜନୈତିକ ଦଳ ଦ୍ବାରା ପ୍ରାର୍ଥୀ ଘୋଷଣା ଜାରି ରହିଥିବା ବେଳେ ଏକ ମଜାଦାର ଟୁଇଟ୍‌ କରି ଚର୍ଚ୍ଚାକୁ ଆସିଛନ୍ତି ଓଡ଼ିଶାର ପୂର୍ବତନ ଲୋକସଭା ସାଂସଦ ତଥା ‘ଧରିତ୍ରୀ’ ସଂପାଦକ ତଥାଗତ ସତପଥୀ। ଆଜି ଟୁଇଟର୍‌ରେ ମନ୍ତବ୍ୟ ଦେଇ ଗୋଟିଏ କୁକୁରକୁ ରାଜ୍ୟସଭା ପାଇଁ ସେ ସମର୍ଥନ କରନ୍ତି ବୋଲି ଲେଖିଛନ୍ତି ଶ୍ରୀ ସତପଥୀ।

ଗୁଲ୍ଲୁ ନାମକ ଏକ କୁକୁରର ଫଟୋ ଦେଇ ଶ୍ରୀ ସତପଥୀ ଲେଖିଛନ୍ତି- ରାଜ୍ୟସଭା ପାଇଁ ମୁଁ ଗୁଲ୍ଲୁ (ସତପଥୀ)କୁ ସମର୍ଥନ କରୁଛି। ବିଶ୍ବାସ କରନ୍ତୁ, ସେ ଦେଶରେ କୌଣସି ରାଜନୈତିକ ଦଳ ଦ୍ବାରା ଘୋଷିତ ପ୍ରାର୍ଥୀଙ୍କ ଠାରୁ ସେ ଅଧିକ ବିଶ୍ବସ୍ତ (ଏବଂ ମୁଲାୟମ, ଶୁଦ୍ଧଜାତି, ପ୍ରିୟ ଓ ବନ୍ଧୁଭାବାପନ୍ନ)। ତାକୁ ଭେଟିବା ପାଇଁ ମୁଁ ସମସ୍ତଙ୍କୁ ସ୍ବାଗତ କରୁଛି।

ବିଭିନ୍ନ ରାଜ୍ୟ ସମେତ ଓଡ଼ିଶାରେ ମଧ୍ୟ ଏଥର ୪ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ। ବିଜୁ ଜନତା ଦଳ ପକ୍ଷରୁ ଏଥିଲାଗି ୪ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେମାନେ ହେଲେ ସୁବାସ ସିଂ, ମୁନ୍ନା ଖାଁ, ସୁଜିତ କୁମାର ଓ ମମତା ମହନ୍ତ।

Comments are closed.