Odisha Link
Bridging the Missing Links in Odisha

ପାକିସ୍ତାନୀ ଏଫ୍-୧୬ ବିମାନ ଦୁର୍ଘଟଣା, ୧ ପାଇଲଟ ମୃତ

ନୂଆଦିଲ୍ଲୀ : ପାକିସ୍ତାନ ବାୟୁସେନାର ଏଫ୍-୧୬ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ପାକିସ୍ତାନୀ ଗଣମାଧ୍ୟମ ଅନୁଯାୟୀ, ପାକିସ୍ତାନ ଦିବସ ପରେଡ ପାଇଁ ଅଭ୍ୟାସ କରୁଥିବା ସମୟରେ ପାକିସ୍ତାନ ବାୟୁସେନାର ଏଫ୍-୧୬ ବିମାନ ଇସଲାମାବାଦର ଶାକରପେରିଆନ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ବିମାନର ପାଇଲଟ ୱିଙ୍ଗ କମାଣ୍ଡର ନୌମାନ ଆକ୍ରାମଙ୍କର ମୃତ୍ୟୁ ହୋଇଛି। ପାକିସ୍ତାନୀ ବାୟୁସେନା ଏହି ଦୁର୍ଘଟଣା ବିଷୟରେ ସ୍ପଷ୍ଟ କରିଛି।

ବିମାନଟି ଖସିଯିବା ପରେ ଏଥିରେ ନିଆଁ ଲାଗିଯାଇଥିଲା ଏବଂ ଧୂଆଁ ବାହାରିଥିଲା। ବିମାନଟି ପଡିଥିବା ସ୍ଥାନକୁ କର୍ଡନ କରି ପୁଲିସ ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣାର କାରଣ ଜାଣିବା ପାଇଁ ବାୟୁସେନା ମୁଖ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

Comments are closed.