Odisha Link
Bridging the Missing Links in Odisha

କରୋନା ଭାଇରସ୍‌କୁ ନେଇ ଲୋକଙ୍କୁ ସଚେତନ କଲେ ପରିଣିତି କହିଲେ, ‘ଅଧିକ ସାହସୀ ହୁଅ ନାହିଁ, ନଚେତ୍‌.’

ମୁମ୍ବାଇ : କରୋନା ଭୟ ବଲିଉଡରେ ମଧ୍ୟ ଦେଖିବାକୁ ମିଳିଛି । ବଲିଉଡ୍‌ ଅଭିନେତ୍ରୀ ପରିଣିତି ଚୋପ୍ରା କରୋନା ଭାଇରସ୍‌କୁ ନେଇ ଲୋକଙ୍କୁ ସଚେତନ କରାଇଛନ୍ତି । ବୁଧବାର ସେ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଇଟାଲିରେ ରହୁଥିବା କ୍ରିଷ୍ଟିନ୍‌ ହିଗିଙ୍ଗ୍‌ସଙ୍କ ପୋଷ୍ଟକୁ ଶେୟାର କରିଛନ୍ତି ।

କ୍ରିଷ୍ଟିନ୍‌ ନିଜ ପୋଷ୍ଟରେ କହିଛନ୍ତି, ‘କରୋନା ଭାଇରାସ୍‌ ଯୋଗୁ ତାଙ୍କ ଦେଶ ଇଟାଲିରେ ଏବେ ପରିସ୍ଥିତି ଗମ୍ଭୀର ରହିଛି । ହସ୍ପିଟାଲଗୁଡ଼ିକ ଭର୍ତ୍ତି ହୋଇଯାଇଛି’। ଏଥିପାଇଁ କ୍ରିଷ୍ଟିନ୍‌ ବାକି ଦେଶକୁ ସମୟ ପୂର୍ବରୁ ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି ।

https://www.instagram.com/p/B9nq_GSpmWG/?utm_source=ig_embed

ଏହି ପୋଷ୍ଟ ସହିତ ପରିଣିତି ଲେଖିଛନ୍ତି, ‘ଦୟାକରି ଅଧିକ ସାହସୀ ହୁଅନ୍ତୁ ନାହିଁ ଏବଂ ଏହାକୁ ପଢ଼ନ୍ତୁ । ଏହାକୁ ସୋସିଆଲ ମିଡିଆର ପ୍ରମୋଶନ ବୋଲି ଭାବନ୍ତୁ ନାହିଁ । ଏହା କେବଳ ବୃଦ୍ଧ ବ୍ୟକ୍ତିଙ୍କ ଉପରେ ପ୍ରଭାବ ପକାଇଥାଏ, ଏମିତି କହିବା ବନ୍ଦ କରନ୍ତୁ ।

ଫ୍ଲୁରେ ମରିଥିବା ବ୍ୟକ୍ତିଙ୍କ ସଂଖ୍ୟା ଏହାଠାରୁ ଅଧିକ ବୋଲି କହିବା ବନ୍ଦ କରନ୍ତୁ । କଦାପି ଏମିତି ଭାବନ୍ତୁନି ଯେ ଆପଣ ଭାଇରସ୍‌ଠାରୁ ଅଧିକ ସ୍ମାର୍ଟ, ଆପଣ ନୁହଁନ୍ତି। କରୋନା ଭାଇରସ୍‌ ସତ୍ୟ । ଏହା ବହୁତ ସଂକ୍ରାମକ ଅଟେ ଏବଂ ଅଟକିବ ବି ନାହିଁ। ପ୍ଲିଜ୍‌ ସ୍ମାର୍ଟ ହୁଅନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ’। ଏହା ପୂର୍ବରୁ ବି ପରିଣିିତି ମାସ୍କ ଲଗାଇ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଥିଲେ ।

Comments are closed.