Odisha Link
Bridging the Missing Links in Odisha

କରୋନାରୁ ସୁସ୍ଥ ହେବାର ଫର୍ମୁଲା; କହିଲେ ଏହି ମହିଳା

ୱାଶିଂଟନ: ଏବେ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କଣିଥିବା କରୋନା ଭାଇରସ ପାଇଁ ସମସ୍ତେ ଭୟଭୀତ। ମାତ୍ର ଆଜି କରୋନାରୁ ସୁସ୍ଥ ହେବାର ଫର୍ମୁଲା ସମ୍ପର୍କରେ ଲୋକଙ୍କୁ କହିଛନ୍ତି ଜଣେ ଆମେରିକୀୟ ମହିଳା। ଏହି ମହିଳା ଜଣଙ୍କ କିଛି ଦିନ ଆଗରୁ କରୋନାରେ ଅକ୍ରାନ୍ତ ଥିଲେ। ଏବେ ସେ ସୁସ୍ଥ ଅଛନ୍ତି ଏବଂ କରୋନା ଭାଇରସ ସହ ଲଢ଼େଇ କରିବାର ମନ୍ତ୍ର ଲୋକମାନଙ୍କୁ ଦେଇଛନ୍ତି।

କରୋନା ଏକ ଭୟଙ୍କର ଭାଇରସ। ହେଲେ ଏହାକୁ ନେଇ ଆତଙ୍କିତ ହେବାର କୌଣସି କାରଣ ନାହିଁ ବୋଲି ସେ କହିଛନ୍ତି। ଏହି ମହିଳା ଜଣଙ୍କ ନାଁ ଏଲିଜାବେଥ ଏବଂ ତାଙ୍କ ବୟସ ୩୭ ବର୍ଷ।ଏଲିଜାବେଥ ଲୋକଙ୍କ ମନରେ କରୋନାକୁ ନେଇ ସୃଷ୍ଟି ହୋଇଥିବା ଭୟକୁ ଦୂର କରିବା ପାଇଁ ନିଜ ସହ ଘଟିଥିବା ଘଟଣା ସମ୍ପର୍କରେ କହିଛନ୍ତି। ସେ ଘର ମଧ୍ୟରେ ଏକାକୀ ରହି କରୋନା ଭାଇରସ ସହ ଲଢ଼େଇ କରିଥିଲେ ଏବଂ ଏଥିରୁ ମୁକୁଳିଥିବା ନେଇ କହିଛନ୍ତି।

କରୋନାରେ ଆକ୍ରାନ୍ତ ହେଉଥିବା ଲୋକମାନେ ଆତଙ୍କିତ ହୁଅନ୍ତୁ ନାହିଁ। ପ୍ରଚୁର ପାଣି ପିଅନ୍ତୁ ଓ ନିଜକୁ ଅନ୍ୟମାନଙ୍କ ଠାରୁ ଦୂରେଇ ରଖନ୍ତୁ ବୋଲି ସେ କହିଛନ୍ତି। ଏଲିଜାବେଥ ଗୋଟିଏ ପାର୍ଟିରେ ଯୋଗ ଦେବା ସମୟରେ କରୋନା ଭାଇରସ୍‌ ସଂସ୍ପର୍ଶରେ ଆସିଥିଲେ। ପରେ ଅସୁସ୍ଥ ଅନୁଭବ କରିବାରୁ ନାକର ସ୍ୱାବକୁ ପରୀକ୍ଷା କରିବା ଥିଲେ ଏବଂ ସେ କରୋନାରେ ଆକ୍ରାନ୍ତ ବୋଲି ଜାଣିବାକୁ ପାଇଥିଲେ।

ଏହା ପରେ ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀମାନେ ତାଙ୍କୁ ଗୋଟିଏ ଘରେ ଏକାକୀ ରହିବାକୁ ପରାମର୍ଶ ଦେଇଥିଲେ। ସେ ଏହାକୁ ପାଳନ କରିବା ସହ ୭ ଦିନ ଯାଏ ସମସ୍ତଙ୍କ ଠାରୁ ଅଲଗା ରହିଥିଲେ। ଏହି ସମୟରେ ସେ ପ୍ରଚୁର ପାଣି ପିଇବା ସହ ଅଧିକ ବିଶ୍ରାମ ନେଇଥିଲେ। ଶେଷରେ ସେ ସୁସ୍ଥ ହୋଇଥିବା ନେଇ ସାରା ବିଶ୍ୱକୁ ଜଣାଇଛନ୍ତି। ତେଣୁ ସେ ସମସ୍ତଙ୍କୁ ଅସୁସ୍ଥ ଅନୁଭବ କଲେ ଯଥା ସମ୍ଭବ ଘରେ ରୁହନ୍ତୁ ଓ ପାଣି ପିଅନ୍ତୁ ବୋଲି କହିଛନ୍ତି।

Comments are closed.