Odisha Link
Bridging the Missing Links in Odisha

ରଣଜୀ ଫାଇନାଲ: ଅନ୍ତିମ ଦିନର ଖେଳ ଦେଖି ପାରିବେନି ଦର୍ଶକ

ରାଜକୋଟ: କରୋନା ଭାଇରସ୍ ମହାମାରୀରେ ୭୩ ଜଣ ଭାରତୀୟ ଆକ୍ରାନ୍ତ ହୋଇ ସାରିଲେଣି। ଏହି କାରଣରୁ ବେଙ୍ଗଲ ଓ ସୌରାଷ୍ଟ୍ର ମଧ୍ୟରେ ରଣଜୀ ଟ୍ରଫି ଫାଇନାଲ୍ ମ୍ୟାଚର ପଞ୍ଚମ ତଥା ଅନ୍ତିମ ଦିନର ଖେଳ ଖାଲି ଷ୍ଟାଡିୟମରେ ଖେଳାଯିବ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ଆଡଭାଇଜରୀ ପରେ ବିସିସିଆଇ ଗୁରୁବାର ଏହି ଘୋଷଣା କରିଛି।

ବିସିସିଆଇର ଜେନେରାଲ୍ ମ୍ୟାନେଜର୍ ସବା କରିମ୍ କହିଛନ୍ତି, ଅନ୍ତିମ ଦିବସରେ ଦର୍ଶକଙ୍କୁ ଷ୍ଟାଡିୟମ ଆସିବା ପାଇଁ ଅନୁମତି ମିଳିବ ନାହିଁ । କେବଳ ଖେଳାଳି, ମ୍ୟାଚ୍ ଅଫିସିଆଲ୍ସ ଏବଂ ମିଡିଆକୁ ହିଁ ଷ୍ଟାଡିୟମ ପ୍ରବେଶ ପାଇଁ ଅନୁମତି ମିଳିବ।

କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ସବୁ କ୍ରୀଡ଼ା ମହାସଂଘକୁ ନିର୍ଦ୍ଦେଶ ଦେଇଛନ୍ତି ଯେ କୌଣସି ଟୁର୍ଣ୍ଣାମେଣ୍ଟରେ ଯେପରି ଦର୍ଶକଙ୍କ ଜନଗହଳି ଦେଖିବାକୁ ନମିଳେ। ଏପରିକି ସବୁ ମ୍ୟାଚ୍ ଗୁଡ଼ିକୁ ବନ୍ଦ କବାଟ ଅର୍ଥାତ୍ ବିନା ଦର୍ଶକରେ ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ସୌରାଷ୍ଟ୍ର ଓ ବେଙ୍ଗଲ ମଧ୍ୟରେ ଫାଇନାଲ ମୁକାବିଲା ଖେଳା ଯାଉଛି। ଆସନ୍ତାକାଲି ରଣଜୀ ଫାଇନାଲର ଅନ୍ତିମ ଦିନ।

Comments are closed.