Odisha Link
Bridging the Missing Links in Odisha

ସିନ୍ଧିଆ ତାଙ୍କ ନିଷ୍ପତ୍ତିକୁ ନେଇ ଅନୁତାପ କରିବେ: ରାହୁଲ

ନୂଆଦିଲ୍ଲୀ: କଂଗ୍ରେସ ସହ ୧୮ ବର୍ଷର ସମ୍ପର୍କକୁ କାଟିି ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପିରେ ଯୋଗ ଦେଇଛନ୍ତି। ଏହାକୁ ନେଇ ସିନ୍ଧିଆଙ୍କ ବନ୍ଧୁ ତଥା ରାହୁଲ ଗାନ୍ଧୀ ମୁହଁ ଖୋଲିଛନ୍ତି। ଖୁବଶୀଘ୍ର ସେ ନିଜ ନିଷ୍ପତ୍ତିକୁ ନେଇ ଅନୁତାପ କରିବେ ବୋଲି ରାହୁଲ କହିଛନ୍ତି।

ରାହୁଲ ଗଣମାଧ୍ୟମକୁ କହିଛନ୍ତି, ‘ସିନ୍ଧିଆ ରାଜନୀତିକ ଭବିଷ୍ୟତକୁ ଆଖି ଆଗରେ ରଖି ବିଚାରଧାରାକୁ ଭୁଲିଯାଇଛନ୍ତି। ଏହା କିନ୍ତୁ ବିଚାରଧାରାର ଲଢ଼େଇ। ଗୋଟିଏ ପଟେ କଂଗ୍ରେସ ଅନ୍ୟପଟେ ବିଜେପି-ଆରଏସଏଏସ ରହିଛି। ମୁଁ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ କଲେଜରେ ପାଠ ପଢ଼ିଲା ବେଳୁ ଜାଣିଛି। ନିଜ ରାଜନୀତିକ ଭବିଷ୍ୟତକୁ ନେଇ ସେ ଚିନ୍ତିତ ଥିଲେ। ତେଣୁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି। ସିନ୍ଧିଆ ଯାହା ଭାବୁଛନ୍ତି ତାହା ମୁହଁରେ କହୁନାହାନ୍ତି। ଖୁବଶୀଘ୍ର ସିନ୍ଧିଆ ତାଙ୍କ ନିଷ୍ପତ୍ତିକୁ ନେଇ ଅନୁତାପ କରିବେ। ସେଠାରେ ତାଙ୍କୁ ଉଚିତ ସମ୍ମାନ ମିଳିବ ନାହିଁ।’ । ଆଜି ଏପରି କହିଛନ୍ତି ରାହୁଲ ଗାନ୍ଧୀ।

ଅପରପକ୍ଷେ, ଗୁରୁବାର ସିନ୍ଧିଆ ଭୋପାଲ ଗସ୍ତରେ ଯିବା ପରେ ତାଙ୍କୁ ଦଳୀୟ କାର୍ଯ୍ୟାଳୟରେ ଜୋରଦାର ସ୍ୱାଗତ କରାଯାଇଛି। ଦଳ ଛାଡ଼ିବା ପୂର୍ବରୁ ସିନ୍ଧିଆ ରାହୁଲଙ୍କ ସହ ଭେଟଘାଟ ପାଇଁ ପ୍ରୟାସ କରିଥିଲେ। ହେଲେ ରାହୁଲ ଭେଟଘାଟ ପାଇଁ ସୁଯୋଗ ଦେଇନଥିଲେ ବୋଲି ସିନ୍ଧିଆଙ୍କ ସମ୍ପର୍କୀୟ ଅଭିଯୋଗ କରିଥିଲେ। ଯାହାକୁ ବୁଧବାର ରାହୁଲ ଗାନ୍ଧୀ ଖଣ୍ଡନ କରିଥିଲେ।

Comments are closed.