Odisha Link
Bridging the Missing Links in Odisha

ଜାଣନ୍ତୁ ମହିଳାଙ୍କ କେଶ ଝଡ଼ିବାର କାରଣ

ଭୁବନେଶ୍ବର : ଆଜି କାଲି ସବୁଠୁ ବଡ ସମସ୍ୟା ହେଲା କେଶ ଝଡ଼ିବା । କେଶ ନଝଡିବା ପାଇଁ ଅନେକ ଉପାୟ ମଧ୍ୟ ବାହାର କରିଥାନ୍ତି । ସେଥିପାଇଁ ବଜାରରେ ମିଳୁଥିବା ବିୟୁଟି ପ୍ରଡକ୍ଟକୁ ବ୍ୟବହାର କରି କେଶ ଝଡ଼ିବା ବନ୍ଦ କରିବାକୁ ସେମାନେ ଚେଷ୍ଟା କରିଥା’ନ୍ତି ।

ତେବେ କେଶ ଝଡ଼ିବାର କାରଣ ଜାଣିବାକୁ ଚେଷ୍ଟା କରିନଥା’ନ୍ତି। ଖରାପ ଜୀବନଶୈଳୀ, ପ୍ରଦୂଷଣ ଓ ଚିନ୍ତାରେ ରହିବା ଯୋଗୁଁ କେଶ ଝଡ଼ିଥାଏ। ଏହା ବ୍ୟତୀତ କେଶ ଝଡ଼ିବାର ଆହୁରି ଅନେକ କାରଣ ରହିଛି।

ଆସନ୍ତୁ ଜାଣିବା ସେସବୁ ପ୍ରମୁଖ କାରଣ ଗୁଡ଼ିକ ସଂପର୍କରେ ।

– କିଛି ମହିଳା ଓଜନ ହ୍ରାସ କରିବା ପାଇଁ କମ୍‌ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଗ୍ରହଣ କରିଥା’ନ୍ତି। ତେଣୁ ଶରୀରକୁ ପୋଷକତତ୍ତ୍ୱ ପର୍ଯ୍ୟାପ୍ତ ପରିମାଣରେ ମିଳି ନଥାଏ। ଏହା ମଧ୍ୟ କେଶ ଝଡ଼ିବାର ଏକ କାରଣ ।
– କିଛି ମହିଳାଙ୍କ ଶରୀରରେ ଆଇରନ୍‌ର ପରିମାଣ କମ୍ ରହିଥାଏ। ଆଉ ଶରୀରରେ ଆଇରନ୍‌ର ସ୍ତର କମ୍‌ ହେଲେ କେଶ ଝଡ଼ିଥାଏ। କାରଣ ଆଇରନ୍‌ ହେୟାର ସେଲ୍‌ ଉତ୍ପାଦନରେ ସାହାଯ୍ୟ କରିଥାଏ ।
– ଥାଇରଏଡ୍‌ ଗ୍ରନ୍ଥି ଆମ ଶରୀରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହି ଗ୍ରନ୍ଥିରେ ଅସନ୍ତୁଳନ ଦେଖା ଦେଲେ କେଶ ଝଡ଼ିଥାଏ। ତେଣୁ ଯେଉଁ ମହିଳାଙ୍କର ହାଇପୋଥାଇରଏଡିଜିମ୍‌ ସମସ୍ୟା ରହିଛି, ସେମାନେ କେଶ ଝଡ଼ିବା ସମସ୍ୟାର ସମ୍ମୁଖୀନ ହୋଇଥା’ନ୍ତି ।
– ବୟସ ବଢ଼ିଲେ କେଶ ଝଡ଼ିବାର ସମ୍ଭାବନା ରହିଥାଏ। ମେନୋପଜ୍ ସମୟରେ ଅଧିକାଂଶ ମହିଳାଙ୍କର କେଶ ଝଡ଼ିଥାଏ।

Comments are closed.