Odisha Link
Bridging the Missing Links in Odisha

କରୋନା ରୋକିବା ପାଇଁ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଲା କମିସନରେଟ ପୁଲିସ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ରୋକିବା ପାଇଁ କମିସନରେଟ ପୁଲିସ ପକ୍ଷରୁ ଆରମ୍ଭ ହେଲା କାର୍ଯ୍ୟାନୁଷ୍ଠାନ। ପ୍ରଥମ ପଦକ୍ଷେପସ୍ବରୂପ ଭୁବନେଶ୍ବରର ମହାତ୍ମା ଗାନ୍ଧୀ ମାର୍ଗରେ ଚାଲିଥିବା ଧାରଣାକୁ ବନ୍ଦ କରିଛି କମିସନରେଟ ପୁଲିସ। ଏଥିସହିତ ଆଗରୁ ସଭାସମିତି ପାଇଁ ଦିଆ ଯାଇଥିବା ସମସ୍ତ ଅନୁମତିକୁ ବି ରଦ୍ଦ କରିଲା କମିସନରେଟ ପୁଲିସ।

କମିସନରେଟ ପୁଲିସ ପକ୍ଷରୁ ପିସିଆର୍ ଭ୍ୟାନ୍ ପଠାଯାଇ ସିନେମା ହଲ୍‌ ଓ ସୁଇମିଂ ପୁଲ୍ ବନ୍ଦ କରିବାକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପିସିଆର୍ ଭ୍ୟାନ୍, ବାରାକ୍‌ରେ ରହୁଥିବା ପୁଲିସ କର୍ମଚାରୀ ଅସୁସ୍ଥ ଥିଲେ ସଙ୍ଗେସଙ୍ଗେ ଛୁଟି ଦିଆଯିବା ନେଇ ବି ନିଷ୍ପତ୍ତି ହୋଇଛି ।
ଏଣେ କରୋନା ପାଇଁ ରାଜ୍ୟ ସରକାର ନେଇଛନ୍ତି ବଡ଼ ପଦକ୍ଷେପ। ଆସନ୍ତା ମାର୍ଚ୍ଚ ୩୧ ଯାଏଁ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। କରୋନା ସମ୍ପର୍କରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ବିବୃତି ଦେଇ କରୋନାକୁ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରିଥିଲେ। ଆସନ୍ତା ୩୧ ତାରିଖ ଯାଏଁ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିର୍ଦେଶ ଦେଇଛନ୍ତି।

Comments are closed.