Odisha Link
Bridging the Missing Links in Odisha

ନଜରବନ୍ଦୀରୁ ମୁକ୍ତ ହେବେ ଫାରୁକ୍‌

ଶ୍ରୀନଗର: ଜମ୍ମୁ-କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦୁଲ୍ଲାଙ୍କ ନଜରବନ୍ଦୀ ଅବଧି ଶେଷ ହୋଇଛି। ଆଜି ରାଜ୍ୟ ସରକାର ଏହି ନଜର ବନ୍ଦୀ ଅବଧି ଶେଷ କରିବାକୁ ଆଦେଶ ଦେଇଛନ୍ତି। ଜମ୍ମୁ-କଶ୍ମୀରରେ ଧାରା ୩୭୦ ଉଚ୍ଛେଦ କରାଯିବା ସହ ଜମ୍ମୁ-କଶ୍ମୀର ଓ ଲଦାଖକୁ ଅଗଷ୍ଟ ୫ରେ ଅଲଗା କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ ପରେ କରାଯାଇଥିଲା। ଏଥିପାଇଁ ଗତ ଅଗଷ୍ଟ ୫ରୁ ଫାରୁକ୍‌ ଅବଦ୍ଦୁଲାଙ୍କୁ ତାଙ୍କ ଘରେ ହିଁ ନଜରବନ୍ଦୀରେ ରଖାଯାଇଥିଲା। ପ୍ରାୟ ୭ମାସ ପରେ ସରକାର ତାଙ୍କର ନଜରବନ୍ଦୀରୁ ମୁକ୍ତ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଫାରୁକ୍‌ ଅବଦ୍ଦୁଲା ନଜରବନ୍ଦୀ ମୁକ୍ତ ହୋଇଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏବଂ ପିଡିପି ନେତ୍ରୀ ମେହବୁବା ମୁଫତିଙ୍କୁ ଏପର୍ଯ୍ୟନ୍ତ ନଜରବନ୍ଦୀରେ ରଖାଯାଇଛି। ଜମ୍ମୁ-କଶ୍ମୀରରେ ଧାରା ୩୭୦ ଉଚ୍ଛେଦ କରାଯିବା ପରେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ନ୍ୟାସନାଲ କନଫରେନସ୍‌ ନେତା ଓମାର ଅବଦୁଲ୍ଲା ଏବଂ ପଡିପି ନେତ୍ରୀ ମେହବୁବା ମୁଫତିଙ୍କୁ ପ୍ରଥମେ ହରି ନିବାସ ପ୍ୟାଲେସରେ ରଖାଯାଇଥିଲା। ସେଠାରେ ଉଭୟଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହେବା ଯୋଗୁଁ ବାଧ୍ୟ ହୋଇ ଉଭୟଙ୍କୁ ଅଲଗା ଅଲଗା ରଖାଯିବାକୁ ନିଷ୍ପତ୍ତି ହୋଇଥିଲା। ଏହାପରେ ଓମାର ଅବଦୁଲ୍ଲାଙ୍କୁ ଚେଷମାଶାହିକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ମେହବୁବା ମୁଫତିଙ୍କୁ ହରିନିବାସ ପ୍ୟାଲେସରେ ହିଁ ରଖାଯାଇଥିଲା।

Comments are closed.