Odisha Link
Bridging the Missing Links in Odisha

ବିଦ୍ୟୁତ୍‌ କାଟ୍‌କୁ ନେଇ କର୍ମଚାରୀ-ଉପଭୋକ୍ତା ମୁହାଁମୁହିଁ

ଉଦଳା : ବିଦ୍ୟୁତ୍‌ କାଟ୍‌କୁ ନେଇ ଉପଭୋକ୍ତା ଓ ବିଦ୍ୟୁତ୍‌ ବିଭାଗ କର୍ମଚାରୀ ମୁହାଁମୁହିଁ ହୋଇଛନ୍ତି । ବକେୟା ବିଲ୍ ଦେଇନଥିବାରୁ ମୟୂରଭଞ୍ଜ ଉଦଳା କୁଟଲିଂ ଗାଁର କିଛି ଲୋକ ଓ ବିଦ୍ୟୁତ୍‌ କର୍ମଚାରୀ ମୁହାଁମୁହିଁ ହୋଇଛନ୍ତି ।

ସୂଚନା ଅନୁଯାୟୀ, ଗତକାଲି ନେସ୍କୋ କର୍ମଚାରୀ କୁଟଲିଂ ଗାଁକୁ ଯାଇ ୩୦ରୁ ଊର୍ଦ୍ଧ୍ୱ ଉପଭୋକ୍ତାଙ୍କ ବିଦ୍ୟୁତ୍‌ କାଟ କରିଥିଲେ । ଏହାପରେ ୫ ଜଣ ଉପଭୋକ୍ତା ନେସ୍କୋ କାର୍ଯ୍ୟାଳୟକୁ ଯାଇଥିଲେ।ସେଠାରେ ଉଭୟ ପକ୍ଷ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ।

ଉପଭୋକ୍ତା ଚନ୍ଦନ ବିଶ୍ୱାଳଙ୍କ ମାଡରେ ବିଦ୍ୟୁତ୍‌ ବିଭାଗ ଜେଇ ତାପସ କୁମାର ସାହୁ ଏବଂ ଦୁଇ ଜଣ କର୍ମଚାରୀ ଆହତ ହୋଇଛନ୍ତି । ଏହାସହ ବିଦ୍ୟୁତ୍‌ ବିଭାଗ କର୍ମଚାରୀଙ୍କ ମାଡ଼ରେ ଉପଭୋକ୍ତା ଚନ୍ଦନ ବିଶ୍ୱାଳ ମଧ୍ୟ ଗୁରୁତର ଅଛନ୍ତି । ଉଭୟ ପକ୍ଷରୁ ଉଦଳା ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି ।

Comments are closed.