ଟ୍ରାକ୍ଟର ଧକ୍କାରେ ନାବାଳକଙ୍କ ମୃତ୍ୟୁ

ପାଟଣା : ଟ୍ରାକ୍ଟର ଧକ୍କାରେ ନାବାଳକ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଗାଁରେ ଉତ୍ତେଜନା। କ୍ଷତିପୂରଣ ଦାବିରେ ଶବ ବ୍ୟବଚ୍ଛେଦ ପାଇଁ ଶବ ଛାଡୁ ନାହାନ୍ତି ପରିବାର ଲୋକେ।
ମିଳିଥିବା ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଡେଣୁଆଁ ଗ୍ରାମରେ ଗତକାଲି ଅପରାହ୍ନରେ ଟ୍ରାକ୍ଟର ଚାପାରେ ଗ୍ରାମର ଶଶୀ ମୁଣ୍ଡାଙ୍କ ନାବାଳକ ପୁଅ ଭିମ ମୁଣ୍ଡାଙ୍କର ମୃତ୍ୟୁ ପରେ ଗାଁରେ ଉତ୍ତେଜନା ଦେଖାଦେଇଛି। ପରିବାର ଲୋକେ ଓ ଗ୍ରାମବାସୀ କ୍ଷତିପୂରଣ ଦାବିରେ ଶବ ବ୍ୟବଚ୍ଛେଦ କରିବା ପାଇଁ ଶବ ଉଠାଇବାକୁ ଦେଉ ନାହାନ୍ତି। ଫଳରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଛି। ଘଟଣାସ୍ଥଳରେ ତୁରୁମୁଙ୍ଗା ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି।