Odisha Link
Bridging the Missing Links in Odisha

୫୫ ବର୍ଷ ବୟସରେ ପଦାର୍ପଣ କଲେ ଆମିର

ମୁମ୍ବାଇ : ବଲିଉଡ ସୁପରଷ୍ଟାର ଆମିର ଖାନଙ୍କର ଆଜି ଜନ୍ମ ଦିନ । ସେ ୧୯୬୫ ମାର୍ଚ୍ଚ ୧୪ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ । ୫୫ ବର୍ଷରେ ପଦାର୍ପଣ କରିଛନ୍ତି ଆମିର । ସେ ଶିଶୁ କଳାକାର ଭାବେ ନିଜର କ୍ୟାରିଅର ଆରମ୍ଭ କରିଥିଲେ ।

ସିନେମା ଏବଂ ସମାଜରେ ଲଗାତାର ପରିବର୍ତ୍ତନକୁ ସ୍ୱୀକାର କରି ଆମିର ନିଜ କ୍ୟାରିଅରେ ଅନେକ ହିଟ୍‌ ସିନେମା କରିଛନ୍ତି । ସିନେମା ‘କୟାମତ୍‌ ସେ କୟାମତ ତକ୍‌’ ଜରିଆରେ ସଫଳତାର ସିଢି ଚଢିଥିଲେ ଆମିର । ଏହି ସିନେମାଟି ୧୯୮୮ ମସିହାରେ ରିଲିଜ ହୋଇଥିଲା ଓ ଦର୍ଶକ ବହୁତ ପସନ୍ଦ ମଧ୍ୟ କରିଥିଲେ ।

ଆମିର ରୀନା ଦତ୍ତଙ୍କ ପ୍ରେମରେ ଥିଲେ ପାଗଳ । ଆମିର୍ ହାତ କାଟି ରକ୍ତରେ ରୀନାଙ୍କ ପାଖକୁ ଚିଠି ଲେଖିଥିଲେ । ଆମିର ମୁସଲମାନ୍ ଥିବାବେଳେ ରୀନା ଥିଲେ ହିନ୍ଦୁ । ତେଣୁ ବିବାହରେ ଉପୁଜିଥିଲା ବାଧା। ତେବେ ଏହାକୁ ଖାତିର ନ କରି ଦୁହେଁ ୧୯୮୬ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ।

ପରେ ବଲିଉଡରେ ଆମିରଙ୍କ ସଫଳତା ଜାରି ରହିଥିଲା । ପାରିବାରିକ ସମସ୍ୟା ଯୋଗୁ ୨୦୦୨ରେ ଆମିର ଏବଂ ରୀନାଙ୍କର ଛାଡପତ୍ର ହୋଇଥିଲା । ଏହାର ୩ ବର୍ଷ ପରେ ଆମିର ୨୦୦୫ରେ କିରଣ ରାଓଙ୍କୁ ବିବାହ କରିଥିଲେ । ଏବେ ଆମିର ଏବଂ କିରଣଙ୍କ ଝିଅ ଇରା ବଲିଉଡରେ ଏଣ୍ଟ୍ରି କରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି ।

Comments are closed.