Odisha Link
Bridging the Missing Links in Odisha

ମାଇକ୍ରୋସଫ୍ଟ ନିର୍ଦେଶକ ମଣ୍ଡଳୀରୁ ଇସ୍ତଫା ଦେଲେ ବିଲ୍ ଗେଟସ୍

ୱାଶିଂଟନ: ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସ କମ୍ପାନୀର ନିର୍ଦେଶକ ମଣ୍ଡଳୀରୁ ଇସ୍ତଫା ଦେଇଛନ୍ତି। ବିଲ୍ ଗେଟସ୍ ଏବେ ସାମାଜିକ କାମରେ ଅଧିକ ସମୟ ଦେବାକୁ ଚାହୁଁଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ଏବଂ ଶିକ୍ଷା ପାଇଁ ବିଲ୍ ଗେଟସ୍ କାମ କରିବାକୁ ଇଚ୍ଛାପ୍ରକାଶ କରିଥିବା ନେଇ କମ୍ପାନୀ ପକ୍ଷରୁ କୁହାଯାଇଛି। ତେବେ ସେ କମ୍ପାନୀରେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟ ନାଡେଲା ଏବଂ ଅନ୍ୟ ଅଧିକାରୀମାନଙ୍କର ପ୍ରଯୁକ୍ତିବିଦ୍ୟା ପରାମର୍ଶଦାତା ଭାବେ କାର୍ଯ୍ୟ ଜାରି କରିବେ।

ବିଲ୍‌ ଗେଟ୍‌ସଙ୍କ ଇସ୍ତଫା ପରେ କମ୍ପାନୀର ସିଇଓ ସତ୍ୟ ନାଡେଲା କହିଛନ୍ତି ଯେ, ଗେଟ୍‌ସଙ୍କ ସହିତ କାମ କରିବା ଅତ୍ୟନ୍ତ ସମ୍ମାନ ଏବଂ ସୌଭାଗ୍ୟର ବିଷୟ। ମୁଁ ତାଙ୍କ ସହ ବର୍ଷ ବର୍ଷ ଧରି କାମ କରିଛି ଏବଂ ବହୁତ କିଛି ଶିଖିଛି। ଗେଟସ୍ କାମରୁ ଅବସର ନେଲେ ବି କମ୍ପାନୀ ତାଙ୍କ ଠାରୁ ହିଁ ପରାମର୍ଶ ନେବ। ଗେଟ୍‌ସ ସମାଜରେ ଦେଖାଦେଉଥିବା ବିଭିନ୍ନ ଚାଲେଞ୍ଜର ସାମ୍ନା କରିବା ଲାଗି ଏହି କମ୍ପାନୀ ପ୍ରତିଷ୍ଠା କରିଛନ୍ତି। ସୂଚନାଯୋଗ୍ୟ, ବିଲ୍‌ ଗେଟ୍‌ସ ୧୯୭୫ରେ ପଲ୍‌ ଏଲେନ ସହିତ ମାଇକ୍ରୋସଫ୍ଟ କମ୍ପାନୀର ସ୍ଥାପନା କରିଥିଲେ। ୨୦୦୦ ମସିହା ପର୍ଯ୍ୟନ୍ତ ସେ ନିଜେ କମ୍ପାନୀର ସିଇଓ ପଦବୀରେ ରହିଥିଲେ।

Comments are closed.