Odisha Link
Bridging the Missing Links in Odisha

କରୋନା ପାଇଁ ୩୧ ଯାଏ ବନ୍ଦ ରହିବ ପ୍ଲାନେଟୋରିୟମ

ଭୁବନେଶ୍ୱର: କରୋନା ସତର୍କତା ପାଇଁ ପଠାଣି ସାମନ୍ତ ପ୍ଲାନେଟୋରିୟମ ବନ୍ଦ ରହିବ। ଭୁବନେଶ୍ୱରସ୍ଥିତ ପଠାଣୀ ସାମନ୍ତ ପ୍ଲାନେଟୋରିୟମ ଓ ବୁର୍ଲାର ଏପିଜେ କଲାମ ପ୍ଲାନେଟୋରିୟମର ସବୁ ଶୋ’ କୁ ଆସନ୍ତା ୩୧ ଯାଏ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଖଣ୍ଡପଡ଼ାର ପଠାଣି ସାମନ୍ତ ମ୍ୟୁଜିୟମ ମଧ୍ୟ ବନ୍ଦ ରହିବ। ନନ୍ଦନକାନନ ଚିଡ଼ିଆଖାନାକୁ ଆସୁଥିବା ପର୍ଯ୍ୟଟକଙ୍କ ସ୍କ୍ରିନିଂ କରାଯିବ। ପ୍ରବେଶ ଓ ପ୍ରସ୍ଥାନ ଗେଟରେ ପରିମଳ ପାଇଁ ପଦକ୍ଷେପ ନେବାକୁ ଦେଶର ସବୁ ଚିଡ଼ିଆଖାନାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷ।
ଭୁବନେଶ୍ୱର ପଠାଣୀ ସାମନ୍ତ ପ୍ଲାନେଟୋରିୟମର ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି,“ ଭୁବନେଶ୍ୱରସ୍ଥିତ ପଠାଣୀ ସାମନ୍ତ ପ୍ଲାନେଟୋରିୟମ ,ବୁର୍ଲାର ଏପିଜେ କଲାମ ପ୍ଲାନେଟୋରିୟମ ଓ ଖଣ୍ଡପଡ଼ାର ପଠାଣି ସାମନ୍ତ ମ୍ୟୁଜିୟମକୁ ମାର୍ଚ୍ଚ ୩୧ ଯାଏ ବନ୍ଦ କରି ଦିଆଯାଇଛି। ପରେ ପରିସ୍ଥିତି ଦେଖି ସରକାରଙ୍କ ନିର୍ଦ୍ଦେଶକ୍ରମେ ପୁଣି ଏହାକୁ ଖୋଲାଯିବ। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଏଭଳି ପଦକ୍ଷେପ ନିଆଯାଇଛି।”

Comments are closed.