Odisha Link
Bridging the Missing Links in Odisha

ବଢିଲା ପେଟ୍ରୋଲ ଡିଜେଲ ଦର

ନୂଆଦିଲ୍ଲୀ: ବଢିଲା ପେଟ୍ରୋଲ ଓ ଡିଜେଲ ଦର। ଅନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତୈଳ ଦର କ୍ରମାଗତ ଭାବେ ହ୍ରାସ ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ବିତ୍ତୀୟ ନିୟଣ୍ଟକୁ ଭରଣା କରିବା ପାଇଁ ପେଟ୍ରୋଲ ଏବଂ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ଲିଟର ପିଛା ୩ ଟଙ୍କା ଉତ୍ପାଦ ଶୁଳ୍କ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ଆଜିଠାରୁ ଏହି ବର୍ଦ୍ଧିତ ଦର ଲାକୁ କରାଯାଇଛି।

ପେଟ୍ରୋଲ ଉପରେ ସ୍ୱତନ୍ତ୍ର ଉତ୍ପାଦ ଶୁଳ୍କ ଲିଟର ପିଛା ୨ରୁ ୮ ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ଡିଜେଲ କ୍ଷେତ୍ରରେ ଲିଟର ପିଛା ୪ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ପେଟ୍ରୋଲରେ ରୋଡ୍ ସେସ୍ ପ୍ରତି ଲିଟର ୧ ଟଙ୍କା ଏବଂ ଡିଜେଲରେ ପ୍ରତି ଲିଟର ୧୦ ଟଙ୍କା ବୃଦ୍ଧି କରାଯାଇଥିବା ଜଣାପଡ଼ିଛି।

Comments are closed.