Odisha Link
Bridging the Missing Links in Odisha

କରୋନା: ସଚେତନତା ବାର୍ତ୍ତା ଦେଲେ ମୁଖ୍ୟମନ୍ତ୍ରୀ, କହିଲେ …

ଭୁବନେଶ୍ବର: ଦିନକୁ ଦିନ ଭାରତରେ କାୟା ବିସ୍ତାର କରୁଛି କରୋନା ଭାଇରସ୍। ଏପର୍ଯ୍ୟନ୍ତ ଭାରତର ୧୦୮ ଜଣ ଲୋକ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। କରୋନାକୁ ନେଇ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଲୋକଙ୍କୁ ସଚେତନତା କରିବାକୁ ଚେଷ୍ଟା କରୁଛନ୍ତି। ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନାକୁ ନେଇ ଜନ ସାଧାରଣଙ୍କୁ ସଚେତନତାର ବାର୍ତ୍ତା ଦେଇଛନ୍ତି।

କରୋନାର ମୁକାବିଲା ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ନବୀନ ଟୁଇଟ୍ କରି ଆଜି ସୂଚନା ଦେଇଛନ୍ତି। ନବୀନ ତାଙ୍କର ଟୁଇଟରେ ଲେଖିଛନ୍ତି, “ବିଶ୍ୱରେ ଦ୍ରୁତ ଗତିରେ ବ୍ୟାପୁଥିବା କରୋନା ଭୂତାଣୁ ସଂକ୍ରମଣ ସମଗ୍ର ମାନବ ସମାଜ ପାଇଁ ଏକ ପ୍ରମୁଖ ଆହ୍ୱାନ ଭାବେ ଉଭା ହୋଇଛି। ଏହାର ସଫଳ ପ୍ରତିରୋଧ ପାଇଁ ପ୍ରତ୍ୟେକ ସ୍ତରରେ ସମ୍ମିଳିତ ପ୍ରଚେଷ୍ଟାର ଆବଶ୍ୟକତା ରହିଛି। ଏଥିସହିତ ଏହାର ମୁକାବିଲା ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ଟୁଇଟ୍ କରିଛନ୍ତି।

ସାରା ବିଶ୍ୱରେ କରୋନା ନିଜର କାୟା ବିସ୍ତାର କରିବାରେ ଚାଲିଛି। ବର୍ତ୍ତମାନ ସୁଦ୍ଧା ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୮କୁ ବୃଦ୍ଧି ପାଇଛି। ଅନ୍ୟପଟେ ଓଡ଼ିଶାର କିଛି ସ୍ଥାନରେ କରୋନା ସନ୍ଦିଗ୍ଧଙ୍କ ଚିକିତ୍ସା କରାଯାଉଛି। କରୋନାକୁ ମୁକାବିଲା କରିବାକୁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି ବୋଲି କୁହାଯାଇଛି।

Comments are closed.