Odisha Link
Bridging the Missing Links in Odisha

କରୋନା: ୪ ଆଇଏଏସଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ଦେଲେ ରାଜ୍ୟ ସରକାର

ଭୁବନେଶ୍ବର: ସାରା ବିଶ୍ବକୁ ଘାରିଛି କରୋନା ଭୂତାଣୁ ଚିନ୍ତା। କରୋନା ଭୂତାଣୁକୁ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରିଥିବା ଓଡ଼ିଶା ସରକାର ଆଜି ୪ ଜଣ ଯୁବ ଆଇଏଏସଙ୍କୁ ସ୍ୱତନ୍ତ୍ର ଅଫିସର ଭାବେ ଦାୟିତ୍ୱ ନ୍ୟସ୍ତ କରିଛନ୍ତି। ୨୦୧୭ ମସିହା ବ୍ୟାଚର ଏହି ଅଫିସରମାନେ ନିଜର ଦାୟିତ୍ୱ ସହ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ‘ଅଫିସର ଅନ୍ ସ୍ପେଶାଲ ଡ୍ୟୁଟି’ ଭାବେ କାର୍ଯ୍ୟ କରିବେ। କରୋନା ଭାଇରସ୍ ବ୍ୟାପିବାକୁ ରୋକିବା ଦିଗରେ ଏହି ଅଫିସରମାନେ ଆବଶ୍ୟକ ପଦକ୍ଷେପ ନେବେ।

ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଆଇଏଏସ୍ ସୋମେଶ କୁମାର ଉପାଧ୍ୟାୟ, ପି.ଅନ୍ୱେଷା ରେଡ୍ଡୀ, ପାଟିଲ ଆଶୀଷ ଈଶ୍ୱର ଓ ଟିଏସ୍ ଦିବାକରଙ୍କୁ ଓଏସଡି ଭାବେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେମାନେ ରାଜ୍ୟବ୍ୟାପୀ କରୋନା ଭାଇରସର ପ୍ରତିଷେଧକ ଓ ବ୍ୟାପିବା ଉପରେ ସରକାରୀସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମର ତଦାରଖ କରିବେ ବୋଲି ସୂଚନା ମିଳିଛି।

ସୂଚନା ଗତକାଲି ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତୋ ବାଗଚୀଙ୍କ ନେତୃତ୍ୱରେ ଆଇଇସି(ଇନଫରମେସନ-ଏଜୁକେସନ ଓ କମ୍ୟୁନିକେସନ) ଟିମ୍ ଗଠନ କରିଥିଲେ ରାଜ୍ୟ ସରକାର। ଏହାସହିତ ଶ୍ରୀ ବାଗଚୀଙ୍କୁ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି।

Comments are closed.