Odisha Link
Bridging the Missing Links in Odisha

ଗୃହବନ୍ଦୀରୁ ମୁକ୍ତ ହେଲେ ଫାରୁକ, କହିଲେ ମାନବିକତା…

ଶ୍ରୀନଗର: ଦୀର୍ଘ ୭ ମାସ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଲେ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦ୍ଦୁଲା। ୭ ମାସ ହେବ ସେ ଗୃହବନ୍ଦୀ ହୋଇ ରହିଥିଲେ। ମାର୍ଚ୍ଚ ୧୩ ତାରିଖରେ ଜମ୍ମୁ କଶ୍ମୀର ପ୍ରଶାସନ ତାଙ୍କ ଉପରୁ ଗୃହବନ୍ଦୀ ଆଦେଶ ପ୍ରତ୍ୟାହାର କରିଥିଲା। ଫଳରେ ସେ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି।

ସେ କହିଛନ୍ତି ଯେ, ଜମ୍ମୁ କଶ୍ନୀର ବାହାରେ ଯେଉଁ ନେତାଙ୍କୁ ଅଟକ କରି ରଖାଯାଇଛି ସେମାନଙ୍କୁ ଫେରାଇ ଆଣିବା ପାଇଁ ଅନୁରୋଧ କରିଛନ୍ତି। ଧାରା ୩୭୦ ଉଚ୍ଛେଦ ହେବା ପରେ ଏଠାରେ ରାଜନୀତିକ ବାତାବରଣ ଏକ ପ୍ରକାର ସୁପ୍ତ ରହିଛି। ଏବେ ସମସ୍ତେ ନିଜ ନିଜର ମତ ରଖିବା ଉଚିତ୍ ବୋଲି ଫାରୁକ୍ କହିଛନ୍ତି।

ନିଜ ଘରେ ତାଙ୍କୁ ପ୍ରଶାସନ ଅଟକ ରଖିଥିଲା। ସେଥିପାଇଁ ସେ ଧନ୍ୟ ମନେ କରୁଛନ୍ତି ବୋଲି କହିଛନ୍ତି। କାରଣ ସେ ପ୍ରତ୍ୟେକ ଦିନ ତାଙ୍କ ପରିବାର ଲୋକଙ୍କୁ ଭେଟି ପାରୁଥିଲେ। ଗୃହବନ୍ଦୀରୁ ମୁକ୍ତ ହେବା ପରେ ନିଜ ଉଦାହରଣ ଦେବାକୁ ଯ।ଇ ଫାରୁକ୍ କହିଛନ୍ତି, ପୁଅ ଉମାର ଅବଦ୍ଦୁଲ୍ଲାଙ୍କୁ ଭେଟିବା ପାଇଁ ସେ ଗୋଟିଏ କିଲୋମିଟର ଚାଲି ଚାଲି ଯାଇଥିଲେ। ହେଲେ ଯେଉଁମାନେ ଜମ୍ମୁ କଶ୍ନୀର ବାହାରେ ଅଟକ ରହିଛନ୍ତି ସେମାନଙ୍କୁ ଭେଟିପାରୁ ନାହାନ୍ତି ତାଙ୍କ ପରିବାର ଲୋକେ। ତେଣୁ ସେମାନଙ୍କୁ ଜମ୍ମୁ କଶ୍ମୀର ଆଣିବାକୁ ସେ ଦାବି କରିଛନ୍ତି।

ରାଜନୀତିକ ବିଚାରଧାରା ଅଲଗା ହୋଇପାରେ। ହେଲେ ମାନବିକତା ଆଧାରରେ ସମସ୍ତ ନେତାଙ୍କୁ ଏକଜୁଟ ହୋଇ ଜମ୍ମୁ କଶ୍ମୀର ବାହାରେ ଅଟକ ଥିବା ନେତାଙ୍କୁ ଫେରାଇ ଆଣିବାକୁ କେନ୍ଦ୍ର ନିକଟରେ ଦାବି କରିବାକୁ ସେ କହିଛନ୍ତି।

Comments are closed.